ଖସୁଛି ପାରଦ, ଜାଡ଼ରେ ଥରୁଛି କୋରାପୁଟ
କୋରାପୁଟ : ଖସୁଛି ପାରଦ । ଜାଡ଼ରେ ଥରୁଛି ରାଜ୍ୟ । ପ୍ରତିଦିନ ପାରଦ ନିମ୍ନଗାମୀ ହେଉଥିବା ବେଳେ ଥଣ୍ଡା ବୃଦ୍ଧି ପାଉଛି । ବିଶେଷ କରି କୋରାପୁଟ ଜିଲାରେ ଶୀତର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି ।
କୋରାପୁଟ ଜିଲା ଅନ୍ତର୍ଗତଲମତାପୁଟ, ପଟାଙ୍ଗି, କୋରାପୁଟ ଓ ଜୟପୁର ଭଳି ବିଭିନ୍ନ ବ୍ଳକରେ କିଛି ଦିନ ହେବ ରାଜ୍ୟରେ ଅସହ୍ୟ ଜାଡର ପ୍ରକୋପ ଦେଖିବାକୁ ମିଳିଛି । ଦୁଇଦିନ ହେବ କୋରାପୁଟରେ ପାରଦ ହ୍ରାସ ପାଇଛି । ଯାହା ଫଳରେ ଶୀତ ବଢିଛି l କୋରାପୁଟର ଶିତୁଆ ସକାଳ ସହ ଘନ କୁହୁଡି ଲୋକଙ୍କୁ ବେଶ୍ ଉତ୍ସାହିତ କରୁଛି । ଯାହାକୁ ଉପଭୋଗ କରିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ସୁଅ ମଧ୍ୟ ଛୁଟୁଛି । ସୂଚନା ଯେ, ଚଳିତ ବର୍ଷ କୋରାପୁଟ ଜିଲାରେ ପାରଦ ୭ ଡିଗ୍ରୀରୁ ତଳକୁ ଖସି ଆସିଥିବା ଦେଖିବାକୁ ମିଳିଛି । ତେବେ କୋରାପୁଟ ଜିଲାକୁ ବିଳମ୍ବରେ ଆସିଥିବା ଶୀତ ଆଗକୁ ଆହୁରି ବଢିବା ସହ ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରିବ ।
