ଜବରଦଖଲ ହୋଇଥିବା ମୂଲ୍ୟବାନ ଜାଗା ଷ୍ଟଲକୁ ନିଜ ଅକ୍ତିଆରକୁ ଆଣିଲେ ଜୟପୁର ପୌରପାଳିକା
ଜୟପୁର : ଜୟପୁର ଦୈନିକ ବଜାର ନିକଟରେ ଥିବା ଚାଉଳଟ୍ରି ରାସ୍ତାରେ କୋଟି କୋଟି ଟଙ୍କାର ମୂଲ୍ୟବାନ ଜାଗା ଜବରଦଖଲକାରୀ ଠାରୁ ଉଛେଦ କରି ନିଜ ଆକ୍ତିଆରକୁ ଆଣିଲେ ପୌରପାଳିକା । ଏଠାରେ ହନୁମାନ ଟେକ୍ସଟାଇଲ ଦୋକାନ ରହିଥିଲା । ୪ ଡେସିମିଲ ଜାଗାରେ ୨ଟି ଷ୍ଟଲ ରେ ଦୋକାନ ଖୋଲି ବସିଥିଲେ । ଏନେଇ ପୌରପାଳିକା ତରଫରୁ କୋର୍ଟରେ ମାମଲା ଦାୟର କରାଯାଇଥିଲା । କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଜୟପୁର ପୌର କାଯ୍ୟନିବାହୀ ଅଧିକାରି ସିଦ୍ଧାର୍ଥ ପଟ୍ଟନାୟକ, ପୌର କର୍ମଚାରି, ଟାଉନ ପୋଲିସ ଓ ମାଜିଷ୍ଟେଟ ଭାବେ ଅତିରିକ୍ତ ତହସିଲଦାର ଋିତୁ ସିଂ ଉପସ୍ଥିତ ରହିଥିଲେ । କୋର୍ଟ ଆଦେଶ ବଳରେ ଦୀର୍ଘ ୫୦ ବର୍ଷ ହେବ ଜବରଦଖଲ ହୋଇଥିବା ମୂଲ୍ୟବାନ ଜାଗା ଷ୍ଟଲ କୁ ନିଜ ଆକ୍ତିଆରକୁ ଜୟପୁର ପୌରପାଳିକା ଆଣିଥିବା ପୌର କାଯ୍ୟନିବାହୀ ଅଧିକାରି ସିଦ୍ଧାର୍ଥ ପଟ୍ଟନାୟକ ସୂଚନା ଦେଇଛନ୍ତି ।
