ବ୍ଳକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ
ବୋରିଗୁମ୍ମା : ବୋରିଗୁମ୍ମା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଚଳିତ ବର୍ଷ ର ବ୍ଳକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି।ବ୍ଳକ ସ୍ତରୀୟ ବିଜ୍ଞାନ ମେଳା ର ସଭାପତି ତଥା ବିଇଓ ସଚିନ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜ୍ଞାନ ମେଳା କୁ ଉଦଘାଟନ କରିଥିଲେ।ସମ୍ମାନିତ ଅତିଥି ଭାବେ ଏବିଇଓ ସୁବାସ ଚନ୍ଦ୍ର ମାଝୀ ଯୋଗ ଦେଇଥିଲେ।ବ୍ଳକ ସ୍ତରୀୟ ବିଜ୍ଞାନ ମେଳା ରେ ସାତ ଗୋଟି ପ୍ରକଳ୍ପ ର ୧୦୩ ଜଣ ଛାତ୍ରଛାତ୍ରୀ ବିଜ୍ଞାନ ମେଳା ରେ ଅଂଶ ଗ୍ରହଣ କରିଥିଲେ।ବ୍ଳକ ସ୍ତରୀୟ ବିଜ୍ଞାନ ମେଳା ରେ ଆଧୁନିକ ସୂଚନା ଓ ପ୍ରଯୁକ୍ତି ବିଦ୍ୟା, ପରିବେଶ ପରିଚାଳନା, ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା, ପରିବହନ, ପରିବେଶ ସମ୍ଭଧିତ, ଐତିହାସିକ ବିକାଶ ଓ ଗଣିତ ଭଳି ସାତ ପ୍ରକାର ପ୍ରକଳ୍ପ ସ୍ଥାନ ପାଇଥିଲା।ବ୍ଳକ ସ୍ତରୀୟ ବିଜ୍ଞାନ ମେଳା ରେ ଷଷ୍ଠ ଶ୍ରେଣୀ ରୁ ଦ୍ଵାଦଶ ଶ୍ରେଣୀ ର ମୋଟ ୧୦୩ ଛାତ୍ରଛାତ୍ରୀ ବିଜ୍ଞାନ ମେଳା ରେ ଅଂଶ ଗ୍ରହଣ କରିଥିଲେ।ବିଚାରକ ଭାବେ ଅଧ୍ୟାପକ ପଦ୍ମ ଭୂଷଣ ଦାସ ଓ ଅଟଳ ବିହାରୀ ବାଜପେୟୀ ଯୋଗ ଦେଇଥିଲେ। ବିଜ୍ଞାନ ମେଳା ର ଉଦଯାପନୀ ଉତ୍ସବରେ ଅତିଥି ଭାବରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ମୀରାବାଇ ବେହେରା ଓ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼.ହରପ୍ରସାଦ ପାଣିଗ୍ରାହୀ ଯୋଗ ଦେଇ କୃତି ଛାତ୍ରଛାତ୍ରୀ ଙ୍କୁ ପ୍ରମାଣ ପତ୍ର ଓ ପୁରସ୍କାର ବିତରଣ କରିଥିଲେ।ସାତୋଟି ବିଭାଗ ର ସାତ ଜଣ ଯଥା ସରକାରୀ ଉଚ୍ଚ ବିଦ୍ୟାଳୟ ର ସ୍ୱାଗତ ମେହେର ଓ ସରକାରୀ ଉଚ୍ଚ ବିଦ୍ୟାଳୟ କୁମୁଲି ର କୁମକୁମ ସାହୁ,ଏସଏସଡ଼ି ନୂଆଗାଁ ର ରୀତା ମୁଦୁଲି, ସରକାରୀ ୟୁପି ସ୍କୁଲ ବୋରିଗୁମ୍ମା ର କେ.ନିପୁନ କୁମାର, ଓଡିଶା ଆଦର୍ଶ ବିଦ୍ୟାଳୟ ତରାଭଟ୍ଟା ର ସ୍ୱୟଂସୁ ପ୍ରକାଶ ହୋତା ଓ ଅନୁଶୀ ମିଶ୍ର, ସରକାରୀ ଉଚ୍ଚ ବିଦ୍ୟାଳୟ ର ସମୀର ହରିଜନ ପ୍ରମୁଖ ବିଭିନ୍ନ ପ୍ରକଳ୍ପ ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।ଏମାନେ ଆଗାମୀ ଦିନରେ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ରେ ଅଂଶ ଗ୍ରହଣ କରିବେ ବୋଲି ବୋରିଗୁମ୍ମା ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିଜୟାନନ୍ଦ ପଟନାୟକ ସୂଚନା ଦେଇଛନ୍ତି।ବିଜ୍ଞାନ ମେଳା ରେ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ପ୍ରଶାନ୍ତ କୁମାର ଦାସ,ସିଦ୍ଧାର୍ଥ କୁମାର ଗନ୍ତାୟତ, ଗୌରୀ ଶଙ୍କର ସାମନ୍ତରାୟ, ନୃସିଂହ ନାୟକ,ଟି. ଶୈଳଜା ଦୋରା, ସୁପ୍ରଭା ପଣ୍ଡା, ଏଲିନା ମିଶ୍ର, ଘନଶ୍ୟାମ ସାହୁ,ସୁପ୍ରଭା ମହାଙ୍କୁଡ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ମୃତୁଞ୍ଜୟ ପଣ୍ଡା, ସତ୍ୟ ଆଚାରୀ, ଅଜିତ ଗନ୍ତାୟତ, ଏନ.କାମେଶ୍ୱର ରାଓ,ମନୋଜ କୁମାର ବିଶୋଇ, ପଦ୍ମନାଭ ପେଂଠିଆ, ସନ୍ତୋଷ ନାୟକ,ସୁତମ ବିଶୋଇ, ଏନ.ରାଜେଶ, କିଶୋର ପଣ୍ଡା, ଏ.ନାଗେଶ୍ୱର ରାଓ,ଶରତ ନାୟକ, ବିଘ୍ନରାଜ ସାମନ୍ତରାୟ, ବାଳକୃଷ୍ଣ ପାଢୀ ,ଲଷ୍ମୀ ନାରାୟଣ ମେହେର, ଭି. ରମେଶ ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯୋଗ ଦେଇ ସହଯୋଗ କରିଥିଲେ।ବୋରିଗୁମ୍ମା ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିଜୟାନନ୍ଦ ପଟନାୟକ ବ୍ଳକ ସ୍ତରୀୟ ବିଜ୍ଞାନ ମେଳା କୁ ପରିଚାଳନା କରିଥିଲେ।
