ନରେନ୍ଦ୍ରପୁର, ଆରସା ଓ ଅମୃତପୁର ସେବା ସମବାୟ ସମିତିରେ ମଣ୍ଡି ଉଦ୍ଘାଟିତ
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ନରେନ୍ଦ୍ରପୁର, ଆରସା ଓ ଅମୃତପୁର ସେବା ସମବାୟ ସମିତିରେ ଧାନମଣ୍ଡି ଉଦ୍ଘାଟିତ ହୋଇ ଯାଇଛି । ଯଥାରୀତି ପୂଜାର୍ଚ୍ଚନା କରାଯାଇ ମଣ୍ଡି ଉଦ୍ଘାଟନ ହୋଇଥିଲା । ନରେନ୍ଦ୍ରପୁର ସେବା ସମବାୟ ସମିତି ମଣ୍ଡି ଉଦ୍ଘାଟନ ଅବସରରେ ସଭାପତି କୁଳମଣି ସାମଲ, ସମ୍ପାଦକ ମାୟାଧର ବେହେରା, କର୍ମଚାରୀ ଭବେଶ ଧଳ, ଚାଷୀ ମହେନ୍ଦ୍ର ପଣ୍ଡା, ଖଗେଶ୍ୱର ପଣ୍ଡା, ବିନୋଦ ନାୟକ, ନରେଶ ମାଝୀ, ଅନନ୍ତ ପରିଡ଼ା, ପୀତବାସ ବିଶ୍ୱାଳ, ମଧୁସୂଦନ ମଳିକ, ଗଗନ ପଲାଇ, ଗଜେନ୍ଦ୍ର ରାଉତ, ଭାଗିରଥି ସୂତାର, ଆଦିକନ୍ଦ ସାମଲି, ସୁଧାଂଶୁ ନାୟକ, ଉମେସ ନାୟକ ପ୍ରମୁଖ ବହୁ ଚାଷୀ ଉପସ୍ଥିତ ଥିଲେ । ଆରସା ସେବା ସମବାୟ ସମିତିରେ ସଭାପତି ସତ୍ୟବ୍ରତ ନାୟକ, ସମ୍ପାଦକ ଅଶୋକ କୁମାର ପଣ୍ଡା, କର୍ମଚାରୀ ମଧୁସୂଦନ ବେହେରା, ସରପଞ୍ଚ ପ୍ରତିନିଧି ସୁଧାଂଶୁ ମହାଳିକ, ଚାଷୀ ପ୍ରମୋଦ ରାଉତ, ହେମନ୍ତ ମହାନ୍ତି, ଲକ୍ଷ୍ମୀକାନ୍ତ ମହାନ୍ତି, ପ୍ରମୋଦ କୁଣ୍ଡ, ଦେବେନ୍ଦ୍ର ବେହେରା, ସୁରେଶ ମହାପାତ୍ର, ସୁବାସ ପଣ୍ଡା, ବିଭୂତି ଭୂଷଣ ପାଟ, ସରୋଜ ରାଉତ, ବ୍ରଜକିଶୋର ବେହେରା, ସହଦେବ ଦଳେଇ, ଶ୍ରୀକାନ୍ତ ପଣ୍ଡା ପ୍ରମୁଖଙ୍କ ସମେତ ସମସ୍ତ ବୋର୍ଡ଼ ସଦସ୍ୟ ଉପସ୍ଥିତ ଥିଲେ । ଏହି ସମିତିରେ ଧାନ ବିକ୍ରୟ କରିବା ପାଇଁ ୬୪୩ଜଣ ଚାଷୀ ପଞ୍ଜୀକୃତ ହୋଇଥିବା ଜଣାଯାଇଛି । ସେହିପରି ଅମୃତପୁର ସେବା ସମବାୟ ସମିତିର ଧାନମଣ୍ଡି ଉଦ୍ଘାଟନ ଉତ୍ସବରେ ସଭାପତି ଅଜୟ କୁମାର ରାଉତ, ସମ୍ପାଦକ ଗୋପୀନାଥ ଭୂୟାଁ, ରାଜସ୍ୱ ନିରୀକ୍ଷକ ଭାଗବତ ଖଟୁଆ, ପିଇଓ ରବିନ୍ଦ୍ର କୁମାର ଦାସ, କର୍ମଚାରୀ ଅନୀଲ କୁମାର ଭୂୟାଁ, ଚାଷୀ ସନାତନ ଭୂୟାଁ, ଅର୍ଜୁନ ରାଉତ, ଖଗେଶ୍ୱର ତରାଇ, କୈଳାସ ବାରିକ, ବିଜେନ୍ଦ୍ର ନାୟକ, ସର୍ବେଶ୍ୱର ବେହେରା, ଧନେଶ୍ୱର ଭୂୟାଁ, ପ୍ରଫୁଲ୍ଲ ରାଉତ, ସୋମନାଥ ଭୂୟାଁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସମିତିରେ ୬୦୩ ଚାଷୀ ଧାନ ବିକ୍ରୟ କରିବା ପାଇଁ ପଞ୍ଜୀକୃତ ହୋଇଥିବା ଜଣାପଡ଼ିଛି ।
