ଚାରିତରଫ ଓ ବାମନବିନ୍ଧା ସମବାୟ ସମିତିରେ ମଣ୍ଡି ଉଦ୍ଘାଟିତ
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ଚାରିତରଫ ଓ ବାମନବିନ୍ଧା ସେବା ସମବାୟ ସମିତିରେ ସରକାରୀ ଧାନ ମଣ୍ଡି ଗୁରୁବାର ଉଦ୍ଘାଟିତ ହୋଇ ଯାଇଛି । ଏହି ଉଦ୍ଘାଟନ ବେଳେ ସଭାପତି ସୀମାରାଣୀ ବାରିକ, ଉପସଭାପତି ବସନ୍ତ କୁମାର ବିଶ୍ୱାଳ, ସମ୍ପାଦକ ମନୋରଂଜନ ବଳ, ସରପଞ୍ଚ ପ୍ରତିନିଧି ଆନନ୍ଦ ଚନ୍ଦ୍ର ପାଣିଗ୍ରାହୀ, ପୂର୍ବତନ ସରପଞ୍ଚ ସୁଦର୍ଶନ ବିଶ୍ୱାଳ, ସରପଞ୍ଚ ପ୍ରଶାନ୍ତ ବିଶ୍ୱାଳ, ପୂର୍ବତନ ସମିତି ସଭାପତି ସୁବାସ ସ୍ୱାଇଁ, ପିଇଓ ରବିନ୍ଦ୍ର ଦାସ, କୃଷି କର୍ମଚାରୀ ସନ୍ତୋଷ ମହାନ୍ତି, ପୂର୍ବତନ ସମିତି ସମ୍ପାଦକ ଚିତ୍ତରଂଜନ ସ୍ୱାଇଁ, ଧାନ କ୍ରୟ କମିଟି ସଦସ୍ୟ ରବିନାରାୟଣ ପାଢ଼ୀ, ଶ୍ରୀକାନ୍ତ ପଣ୍ଡା, ସଂଜୟ ବାରିକ, ଚାଷୀ ସୁଦର୍ଶନ ସ୍ୱାଇଁ, ମୁକ୍ତିକାନ୍ତ ନାୟକ, ଅମର ବାରିକ, ସନାତନ ସ୍ୱାଇଁ, ପ୍ରଫୁଲ୍ଲ ସ୍ୱାଇଁ, ପ୍ରହଲ୍ଲାଦ ମହାକୁଡ଼, ବିଚିତ୍ରାନନ୍ଦ ବଳ, ଅକ୍ଷୟ କୁମାର ନାୟକ, ସମିତିସଭ୍ୟ ଦେବେନ୍ଦ୍ର ଦାସ, ଅନାଦି ବାରିକ, ପ୍ରଭାତ ବିଶ୍ୱାଳ, କର୍ମଚାରୀ ନିମାଇଁ ଚରଣ ନାଥ, ସାଇରାମ ନାୟକ, ରାମକୃଷ୍ଣ ସୁଆର, କରୁଣାକର ବଳ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସମିତିରେ ୬୫୮ ଜଣ ଚାଷୀ ଧାନ ବିକ୍ରୟ କରିବା ପାଇଁ ପଞ୍ଜୀକୃତ ହୋଇଥିବା ଜଣାଯାଇଛି । ସେହିପରି ବାମନବିନ୍ଦା ସେବା ସମବାୟ ସମିତିରେ ଗୁରୁବାର ମଣ୍ଡି ଉଦ୍ଘାଟିତ ହୋଇ ଯାଇଛି । ଏହି ଉଦ୍ଘାଟନ ବେଳେ ସଭାପତି ରାଜେନ୍ଦ୍ର କୁମାର ଦାସ, ସମ୍ପାଦକ କୁଳରଂଜନ ବେହେରା, ପୂର୍ବତନ ସମିତି ସଭାପତି ସଂଗ୍ରାମ ମହାନ୍ତି, କର୍ମଚାରୀ ଦୀପକ ବାରିକ, ପ୍ରଭାତ ବେହେରା, ଶାନ୍ତନୁ ସେଠୀ, କ୍ରୟ କମିଟି ସଦସ୍ୟ ଜଗନ୍ନାଥ ନାୟକ, ପିତବାସ ବାରିକ, କୃଷ୍ଣଚନ୍ଦ୍ର ବାରିକ, କାର୍ତ୍ତିକ ଦାସ, ପ୍ରଦୀପ ନାୟକ, ନକୁଳ ବେହେରା, ଚାଷୀ କାଶୀନାଥ ସେନାପତି, ଧୀରେନ୍ଦ୍ର ଦଳେଇ, ହରେକୃଷ୍ଣ ପରିଡ଼ା, ବିଚିତ୍ରାନନ୍ଦ ଦାସ, ଦେବେନ୍ଦ୍ର ବେହେରା ପ୍ରମୁଖଙ୍କ ସମେତ ସମସ୍ତ ବୋର୍ଡ଼ ସଭ୍ୟ ଉପସ୍ଥିତ ଥିଲେ । ଏହି ସମିତିରେ ୧୫୧୪ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକୃତ ହୋଇଥିବା ଜଣାଯାଇଛି ।
