ମମିତା ମେହେର ହତ୍ୟାକାଣ୍ଡ ମାମଲା : ଆଜି ଭଦ୍ରକରେ ବିଜେପିର ୬ ଘଣ୍ଟିଆ ବନ୍ଦ ପାଳନ
ଭଦ୍ରକ : ମମିତା ମେହେର ହତ୍ୟାକାଣ୍ଡ ମାମଲା ଏବେ ରାଜ୍ୟରେ ଥମିବାର ନା ଧରୁନି । ଏହି ପରିପ୍ରେକ୍ଷୀରେ ଆଜି ୬ ଘଣ୍ଟିଆ ଭଦ୍ରକ ବନ୍ଦ । ଅଖ, ଚକ ବନ୍ଦ ଘୋଷଣା କରିଛି ଭଦ୍ରକ ଜିଲା ବିଜେପି। ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଗିରଫ ସହ ବହିଷ୍କାର ଦାବି ନେଇ ବିଜେପି ବନ୍ଦ ଡାକରା ଦେଇଛି ।
ତେବେ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ବିଜେପି ବାରମ୍ବାର ଅଭିଯୋଗ ଆଣିଛି । ସକାଳ ୬ରୁ ଦିନ ୧୨ ପର୍ଯ୍ୟନ୍ତ ଭଦ୍ରକ ଜିଲା ବନ୍ଦ ପାଳନ କରୁଛି ବିଜେପି । ଜିଲ୍ଲାର ସମସ୍ତ ବ୍ଲକରେ ସ୍କୁଲ, କଲେଜ, ଦୋକାନ ବଜାର ସହ ସରକାରୀ ଅଫିସ ବନ୍ଦ ରହିଛି । ବନ୍ଦ ପୂର୍ବରୁ ଭଦ୍ରକ ସହରରେ ବିଜେପି ଯୁବମୋର୍ଚ୍ଚା ଶୋଭାଯାତ୍ର କରିଛି । ଦଳର ଏହି ବନ୍ଦ ଡାକରାକୁ ସହଯୋଗ ପାଇଁ ନିବେଦନ କରିଛି ବିଜେପି । ତେବେ ମମିତା ମେହେର ହତ୍ୟାକାଣ୍ଡ ପରଠୁ ବିଜେପି ପ୍ରତିବାଦ କରି ଆସୁଛି । ମହିଳା ମୋର୍ଚ୍ଚା ସହରରେ ବିକ୍ଷୋଭ କରିବା ସହ ଯୁବମୋର୍ଚ୍ଚା ମଧ୍ୟ ପୂର୍ବରୁ ବିକ୍ଷୋଭ ଓ ପ୍ରତିବାଦ କରିଥିଲା ।
