ମାଳିପାଳ ଶ୍ରୀଜଗନ୍ନାଥ କ୍ରିକେଟ କ୍ଳବର ୨ ଦିନିଆ କ୍ରିକେଟ ଟୁର୍ଣ୍ଣମେଣ୍ଟ
ଜଳେଶ୍ୱର : ଜଳେଶ୍ୱର ବ୍ଳକ ଅନ୍ତର୍ଗତ ମାଳିପାଳ କ୍ରିକେଟ ପଡିଆରେ ସବୁବର୍ଷପରି ଚଳିତବର୍ଷ ମଧ୍ୟ ଶ୍ରୀଜଗନ୍ନାଥ କ୍ରିକେଟ କ୍ଳବ ଆନୁକୂଲ୍ୟରେ ଦୁଇ ଦିନିଆ କ୍ରିକେଟ ଟୁର୍ଣ୍ଣମେଣ୍ଟ ଆଜି ପୂର୍ବାହ୍ନରେ ଉଦ୍ଘାଟିତ ହୋଇଛି । ଏହି ଖେଳରେ ୮ଟି ଟିମ୍ ଭାଗ ନେଇଥିବା ବେଳେ ପଂଚାୟତ ସମିତି ଅଧ୍ୟକ୍ଷ ମାନସ କୁମାର ଜେନା ଏହାକୁ ଉଦ୍ଘାଟିତ କରିଥିଳେ । ଉଦ୍ଘାଟନୀ ସଭାରେ ସରପଂଚ ଆଲୋକ ଗିରି, ସଭାପତିତ୍ୱ କରିଥିବା ବେଳେ ମୁଖ୍ୟବକ୍ତାଭାବେ ସାମ୍ବାଦିକ ଅମର ଆଚାର୍ଯ୍ୟ, ସମ୍ମାନୀତ ଅତିଥିଭାବେ ଗୋପାଳ ଚନ୍ଦ୍ର ସାମଲ, ମୁକୁନ୍ଦ ରଂଜନ ଜେନା, ନଗେନ୍ଦ୍ର ଜେନା, ଅମୂଲ୍ୟ ବେହେରା, ରାମଚନ୍ଦ୍ର ଘୋଷ, ବିଜୟ ଘୋଷ, ଅଶୋକ ଦାସ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ସଂଜୟ କୁମାର ଘୋଷ, କିରଣ କୁମାର ଘୋଷ, ତପନ ଗିରି, ଦିନବଂଧୁ ଗିରି, ଶିବରାମ ଘୋଷ, ଭାଗବତ ଘୋଷ, ସୁଦିପ ଘୋଷ, ଶୁଭମ୍ ଗିରି, ତପନ ଘୋଷ, ରାମଚନ୍ଦ୍ର ଘୋଷ, ସରୋଜ ଦତ୍ତ, ଆଶିଷ କୁମାର ଦାସ ଓ ଅଜୟ ଘୋଷ ପ୍ରମୁଖ ଖେଳ ପରିଚାଳନା କରିଥିଲେ ।
