ଧୋବଶିଳା ଠାରେ ଏକଦିବସୀୟ ଫୁଟବଲ ଟୁର୍ଣ୍ଣାମେଂଟ ଅନୁଷ୍ଠିତ
ନୀଳଗିରି : ନୀଳଗିରି ବ୍ଲକ ଧୋବଶିଳା ଠାରେ ରବିବାର ଦିନ ଧୋବଶିଳା ଆଥ୍ଲେଟିକ୍ କ୍ଲବ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଂଟ ଅନୁଷ୍ଠିତ ହୋଇଯାଇଛି । ଏହି ଖେଳରେ ପୂର୍ବତନ ଖେଳାଳୀମାନଙ୍କୁ ନେବା ସହ ଏକ ଫୁଟବଲ ମ୍ୟାଚ ଆୟୋଜନ କରାଯାଇଥିଲା । ୬ଗୋଟି ଦଳ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ମୟୂରଭଂଜର ଦେଉଳିଆ ଏକାଦଶ ଓ ନରହରିପୁର ଏକାଦଶ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ମ୍ୟାଚର ଦେଉଳିଆ ଏକାଦଶ ଚମ୍ପିଆନ ହୋଇ ୧୦ହଜାର ଟଙ୍କା ପୁରସ୍କାର ରାଶି ପାଇଥିବା ବେଳେ ନରହିରପୁର ରନର୍ସଅପ ହୋଇ ୮ହଜାର ଟଙ୍କା ପୁରସ୍କାର ପାଇଛନ୍ତି । ଏହି ଟୁର୍ଣ୍ଣାମେଂଟର ମୁଖ୍ୟ ଅତିଥି ଭାବେ ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରି ସଭାପତି ଶୁଭେନ୍ଦୁ ଦାସ ମଙ୍ଗରାଜ ଉପସ୍ଥିତ ରହି ଖେଳାଳାୀମାନଙ୍କୁ ଉତ୍ସାହିତ କରିଥିଲେ । ସମ୍ମାନିତ ଅତିଥି ଭାବେ ସାଂସଦଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ, ବାଲେଶ୍ୱର ବିଜେପି ଉପସଭାପତି ଗଙ୍ଗାଧର ମିଶ୍ର ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉଦ୍ବୋଧନ ଦେଇଥିଲେ । ବୃଷଭାନୁମହାପାତ୍ର ଧାରା ବିବରଣୀ ଦେଇଥିବା ବେଳେ ବ୍ଳକ ସଦସ୍ୟ ଅନାଦି ନାୟକ, ଶରତ ରାଉଳ, ମହେଶ୍ୱର ମଲିକ, ସମରେନ୍ଦ୍ର ଜେନା, ପ୍ରଫୁଲ୍ଲ ରାଉଳ, ରମାକାନ୍ତ ବେହେରା, ଗୋପାଳଚନ୍ଦ୍ର ସିଂ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।
