ମା’ ସୁବର୍ଣ୍ଣମୁଖୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ : କ୍ରାନ୍ତି କ୍ରିକେଟ ଏସୋସିଏସନ୍ ଫାଇନାଲ ରେ
ଧାମନଗର : ଧାମନଗର ବ୍ଲକ ଅନ୍ତର୍ଗତ ଦୋବଲ ପଞ୍ଚାୟତ ଧରମ ପଡିଆ ଠାରେ ଚାଲିଥିବା ମା’ ସୁବର୍ଣ୍ଣମୁଖୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ସୋମବାର ପ୍ରଥମ ସେମି ଫାଇନାଲ ମ୍ୟାଚ୍ ରେ ଶ୍ୟାମା କ୍ଲବ ତିହିଡି କୁ ହରାଇ କ୍ରାନ୍ତି କ୍ରିକେଟ ଏସୋସିଏସନ୍ ଧାମନଗର ଫାଇନାଲ ରେ ପ୍ରବେଶ କରିଛି। ଶ୍ୟାମା କ୍ଲବ ଟସ୍ ଜିତି କ୍ରାନ୍ତି କ୍ରିକେଟ କୁ ବ୍ୟାଟିଂ ଦେଇଥିଲା। କ୍ରାନ୍ତି କ୍ରିକେଟ ୧୮ଓଭରରେ ୯ ଉଇକେଟ ହରାଇ ୧୯୯ ରନ ସଂଗ୍ରହ କରିଥିଲା। ଜବାବରେ ଶ୍ୟାମା କ୍ଲବ ୧୫.୧ ଓଭରରେ ୭୫ ରନ ସଂଗ୍ରହ କରି ଅଲ୍ ଆଉଟ୍ ହୋଇଯାଇଥିଲା। ମ୍ଯାନ ଅଫ ଦି ମ୍ଯାଚ ଭାବେ କ୍ରାନ୍ତି କ୍ରିକେଟ ଟିମ୍ ର ସୋନୁ ଚୌଧୁରୀ ଙ୍କୁ ଧାମନଗର ପ୍ରେସକ୍ଲବର ସାଧାରଣ ସମ୍ପାଦକ ପ୍ରଦିପକୁମାର ମହାପାତ୍ର ପୁରସ୍କୃତ କରିଥିଲେ। ଦେବବ୍ରତ ଦାସ ଓ ସୁଧାଂଶୁ ଶେଖର ଲେଙ୍କା ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିଲେ। ପ୍ରଦୀପ ଆନ୍ଦିଆ ଓ ସରୋଜ ସାହୁ ସ୍କୋରର, ଭୋଲାନାଥ ସାହୁ , ଅରୁଣ ପୃଷ୍ଟି ଏବଂ ଟିପୋ ଅଲ୍ଲୀ ଖାଁ ଧାରାବିବରଣୀ ପ୍ରଦାନ କରିଥିଲେ।ମଙ୍ଗଳବାର ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ ଦଶରଥପୁର ଓ ବରୀ ମଧ୍ୟରେ ଅନୁଷ୍ଠିତ ହେବ।
