ମା ଭୈରବୀ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ୨୦୨୨ ଉଦଯାପିତ
ମାଲକାନଗିରି : ମା ଭୈରବୀ ସ୍ପୋର୍ଟସ କ୍ଲବ କୁଡୁମୁଲୁଗୁମ୍ମା ତରଫରୁ ଆନ୍ତଃରାଜ୍ୟ ସ୍ତରୀୟ ମା ଭୈରବୀ ଫୁଟବଲ ଟୁର୍ଣ୍ଣାମେଂଟ ୨୦୨୨ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଗତକାଲି ଅପରାହ୍ନରେ ଉଦଯାପିତ ହୋଇଯାଇଛି । ଏହି ଫୁଟବଲ୍ ର ମହାକୁମ୍ଭରେ ବିଶ୍ୱକପ ୨୦୨୨ କତାର ଭଳି ଫୁଟବଲ ର ଫିଭର୍ ଓ ଉତ୍ସାହ ନେଇ ଉଦଘାଟିତ ହୋଇଥିଲା । ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ତାଙ୍ଗୁଲୁ, ମୁଖ୍ୟ ବକ୍ତା ଭାବେ ପଟାଙ୍ଗୀ ବିଧାୟକ ପ୍ରୀତମ୍ ପାଢି, ସମ୍ମାନିତ ଅତିଥି ଭାବେ ବାଲିମେଳା ଏନଏସି ଅଧ୍ୟକ୍ଷ ପ୍ରଦୀପ ନାୟକ, ଚିତ୍ରକୋଣ୍ଡା ବ୍ଲକ ଅଧ୍ୟକ୍ଷା ରାଜେଶ୍ୱରୀ ଖିଲ, ଖଇରପୁଟ ବ୍ଲକ ଅଧ୍ୟକ୍ଷ ବିଘ୍ନ କ୍ରିସାନି, କୋରୁକୁଣ୍ଡା ବ୍ଳକ ଅଧକ୍ଷ ଜିତୁ ବୁରୁଡ଼ି, ମାଲକାନଗିରି ବ୍ଲକ ଅଧ୍ୟକ୍ଷା ଗୌରୀ ପଡିଆମୀ, ଚାଉଳମେନ୍ଦୀ ସରପଂଚ ଜଳନ୍ଧର ନାୟକ, ସାଂସଦ ପ୍ରତିନିଧି ଜଗନ୍ନାଥ ମାଝି, ବିଧାୟକ ପ୍ରତିନିଧି ସାଧୁ ହନ୍ତାଳ, ଜିଲ୍ଲା ପରିଷଦ ସଭ୍ୟା ଲକ୍ଷ୍ମୀପ୍ରିୟା ନାୟକ, ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମାଝୀ, ସସ୍ମିତା ଜେନା, କଦମଗୁଡ଼ା ସରପଂଚ ସୂର୍ଯ୍ୟ ନାରାୟଣ ଜିଗିଡି, ପୋଲିସ ଇନ୍ସପେକ୍ଟର ଲକ୍ଷ୍ମୀ ନାରାୟଣ ମୁଦୁଲି, ଖଇରପୁଟ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ବଳି ମାଝୀ ପ୍ରମୁଖ ଯୋଗଦାନ କରି ଫୁଟବଲ୍ ପ୍ରେମୀ ଜନତାଙ୍କୁ ଉତ୍ସାହିତ କରିଥିଲେ । ଫାଇନାଲ ମ୍ୟାଚରେ ବଲାଙ୍ଗିର ଦଳ ୨/୦ ରେ ରାୟପୁର ଦଳକୁ ହରାଇ ବିଜୟୀ ହୋଇଥିଲେ । ଏହି ଖେଳକୁ ବାଳକୃଷ୍ଣ ପ୍ରଧାନ ଓ ସୁଧାକର ନାୟକ ସଂଯୋଜନା କରିଥିଲେ । କୁଡୁମୁଲୁଗୁମ୍ମା ମାଟିରେ, ଫୁଟବଲ୍ ଖେଳ ର ଐତିହ୍ୟ ଓ ପରମ୍ପରା ବିସ୍ତାର ଭାବେ ମା ଭୈରବୀ କ୍ଲବ ର ସଭାପତି ଦିବାକର ସୁନା ବର୍ଣ୍ଣନା କରିଥିଲେ । ଆୟୋଜନର ମୁଖ୍ୟ ସଭାପତି ଦିବାକର ସୁନା, ବୁଲୁ ରାଉତ, ଟୁଲୁ ରାଉତ, ଅଶୋକ ପ୍ରଧାନ, ଗୋପି ପାଙ୍ଗି, ମଙ୍ଗଳା ମାଢି, ହେମନ୍ତ କୁମାର ଦାଶ, ଭକ୍ତ ଚରଣ ବନୀକ, ମଙ୍ଗୁ ଖିଲ, ଚିତରଞ୍ଜନ ପଟ୍ଟନାୟକ, ସହଦେବ ଶିଶା, ଦେବେନ୍ଦ୍ର ରାଉତ, ସେଖ୍ ମୁକତାର ମହମ୍ମଦ, ଲଳୀତ ରାଉତ ଓ ମା ଭୈରବୀ ଫୁଟବଲ କ୍ଲବ କୁଡୁମୁଲୁଗୁମ୍ମାର ସମସ୍ତ ସଭ୍ୟ ସହଯୋଗ କରିଥିଲେ । ଶେଷରେ ଅତିଥି ମାନେ ବିଜୟ ଦଳ ବଲାଙ୍ଗିରକୁ ଟ୍ରଫି ସହିତ ନଗଦ ୫୦ ହଜାର ଟଙ୍କା ପ୍ରଦାନ କରିଥିବା ବେଳେ ରନର୍ସ ଅପ ଦଳକୁ ଟ୍ରଫି ସହିତ ନଗଦ ୩୫ ହଜାର ଟଙ୍କା ପ୍ରଦାନ କରାଯାଇଥିଲା ।
