ଜଗନ୍ନାଥ ସଂସ୍କୃତି ସମ୍ପର୍କିତ ଆଭାସୀ ପାଠଚକ୍ର
ମାଲକାନଗିରି : ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ମାଲକାନଗିରି ଜିଲ୍ଲା ଶାଖାର ସଭାପତି ଡଃ. ରଞ୍ଜନ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଓ ରଶ୍ମି ରଞ୍ଜନ ଜେନାଙ୍କ ସଂଯୋଜନାରେ ଲୋକ ସଂସଦର ମାସିକ ଆଭାସି ପାଠଚକ୍ରର ଆୟୋଜନ କରାଯାଇଥିଲା । ଉକ୍ତ ପାଠଚକ୍ରରେ ମୁଖ୍ୟବକ୍ତା ଭାବେ ଆଦର୍ଶ ମହାବିଦ୍ୟାଳୟ ମାଲକାନଗିରିର ଓଡ଼ିଆ ବିଭାଗର ବିଭାଗୀୟ ମୁଖ୍ୟ ତଥା ସହକାରୀ ପ୍ରାଧ୍ୟାପକ ଡ଼. ହେନେରିତା ମିଶ୍ର ଯୋଗଦେଇ ଜଗନ୍ନାଥ ସଂସ୍କୃତି ସଂପର୍କରେ ଆଲୋଚନା କରିଥିଲେ । ଜଗନ୍ନାଥ ସଂସ୍କୃତିର ବିଶ୍ୱବ୍ୟାପୀ ଆଦୃତି ଏବଂ ଓଡ଼ିଆ ଜନ ମାନସର ମାନବୀୟ ଲୀଳା ସମ୍ପର୍କରେ ଆଲୋଚନାଚକ୍ରରେ ୍ୱକ୍ତା ନିଜର ଗବେଷଣା ପ୍ରସ୍ତୁତ ନିର୍ଯ୍ୟାସ ସମୂହ ଉପସ୍ଥାପନ କରିଥିଲେ । ଆରମ୍ଭରେ କେ ରାମା ରାଓ ପାତ୍ର ମନ୍ତ୍ର ପାଠ କରିଥିଲେ ଓ ଶିକ୍ଷୟତ୍ରୀ ସାଧନରାଣୀ ମଣ୍ଡଳ ବିବେକ ବାଣୀ ପାଠ କରିଥିଲେ ।ଏହି କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଲାର ସମସ୍ତ ଆଜୀବନ ସଦସ୍ୟଙ୍କ ସହ ରାଜ୍ୟରୁ ବହୁ ବୁଦ୍ଧିଜୀବୀ, ସାହିତ୍ୟକ ଲେଖକ, ସାମାଜିକ କର୍ମୀ ଆଭାସ ଏମରେ ଯୋଡ଼ି ହୋଇଥିଲେ । କାର୍ଯ୍ୟକ୍ରମ ଶେଷରେ ଶିକ୍ଷକ ପ୍ରକାଶ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିବା ପରେ ଶିକ୍ଷୟିତ୍ରୀ ଶ୍ରୀପ୍ର ତିମା ନାୟକ ଶାନ୍ତି ପାଠ କରିଥିଲେ । ସୂଚନାଯୋଗ୍ୟ ଯେ, ପ୍ରତିମାସ ୪ ତାରିଖରେ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ତରଫରୁ ମା ଲକାନଗିରି ଶାଖା ବିଭିନ୍ନ ବିଷୟ ସଂପର୍କୀତ ଆଭାସୀ ଆଲୋଚନାଚକ୍ର ଉପସ୍ଥାପନା କରିଥାଏ ।
