ମା ମଙ୍ଗଳା କ୍ରିକେଟ ଟୁର୍ନାମେଣ୍ଟ ଉଦ୍ଯାପିତ,ବ୍ଲାକକୋବ୍ରା ଚାମ୍ପିୟନ
ଖଇରା : ବାଲେଶ୍ୱର ଜିଲା ଖଇରା ବ୍ଲକ ଗୋଳିହା ପଞ୍ଚାୟତ ଖାନପୁର ଖେଳ ପଡିଆରେ ଚାଲିଥିବା ମା ମଙ୍ଗଳା କ୍ରିକେଟ ଟୁର୍ନାମେଣ୍ଟ ଶନିବାର ଦିନ ଉଦ୍ଯାପିତ ହୋଇ ଯାଇଛି । ଫାଇନାଲ ମ୍ୟାଚରେ ଶାଳଗଡିଆର ବ୍ଲାକକୋବ୍ରା କ୍ରିକେଟ ଟିମ ମାର୍କୋଣା କ୍ରିକେଟ ଟିମ କୁ ୫୦ରନରେ ପରାସ୍ତ କରିଛି । ମାନସ ରାଉତ ଓ ହେମନ୍ତ ରାଉତ ମ୍ୟାଚ ପରିଚାଳନା କରିଥିଲେ । ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଖେଳକୁ ଉଦ୍ଘାଟନ କରିଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ଜିଲା ପରିଷଦ ସଭ୍ୟା ରଶ୍ମିତା ମହାପାତ୍ର,ସରପଞ୍ଚ ପୁଷ୍ପଲତା ଘଡେଇ,ସମିତିସଭ୍ୟ ରଞ୍ଜନ କୁମାର ରାଉତ,ଗ୍ରାମ ମୁଖିଆ ଭରତ ଚନ୍ଦ୍ର ରାଉତ ପ୍ରମୁଖ ଯୋଗ ଦେଇ ବିଜୟି ଓ ରନର୍ସଅପ ଦଳକୁ ପୁରସ୍କୃତ କରିଥିଲେ । ଆଶିଷ ରାଉତ,ସୌଭାଗ୍ୟ ମହାନ୍ତି,ଗଦାଧର ସ୍ୱାଇଁ,ପୁପୁନ ଘଡେଇ,ମୁକ୍ତିକାନ୍ତ ରାଉତ,ଜଗନ୍ନାଥ ରାଉତ ଙ୍କ ସମେତ ମା ମଙଯଗଳା କ୍ରିକେଟ ଟିମର ସମସ୍ତ ସଦସ୍ୟ ଟୁର୍ନାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ ।
