ଖଇରା କଲେଜ କର୍ମଚାରୀଙ୍କ ପରଲୋକ
ଖଇରା : ବାଲେଶ୍ୱର ଜିଲା ଅନ୍ତର୍ଗତ ଖଇରା କଲେଜର ବିଜ୍ଞାନଗାର ସହାୟକ ଜଗନ୍ନାଥ ସାହୁ(୨୪) କଟକ ବଡମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଛନ୍ତି । କିଛିଦିନ ପୁର୍ବରୁ ତାଙ୍କ ବ୍ରେନରେ ଟ୍ୟୁମର ହୋଇଥିବା ନେଇ ଜଣାପଡିବା ପରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ । ପୁନଶ୍ଚ ଶନିବାର ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ଚିକିତ୍ସାପାଇଁ କଟକ ନିଆଯାଇଥିଲେ । ସେଠାରେ ଚିକିତ୍ସିତ ହେଉଥିବା ବେଳେ ରବିବାର ପୂର୍ବାହ୍ନରେ ଆଖି ବୁଜିଛନ୍ତି । ତାଙ୍କ ମୃତ୍ୟୁ ଖଇରା କଲେଜ ସମେତ ତାଙ୍କ ଜନ୍ମିତ ପୁରୁଷୋତ୍ତମପୁର ଗ୍ରାମରେ ଶୋକର ଛାୟା ଖେଳି ଯାଇଛି ।
