ବଡ଼ କାଠ ଗାଡ଼ିକୁ ମାଫ, ଛୋଟକୁ ଧରି ବନବିଭାଗ ନେଉଛି ବାହାବା
ନୀଳଗିରି : ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଥିବା ଦୁଇ ବନବିଭାଗ ବଡ଼ କାଠ ଗାଡ଼ିକୁ ଛାଡ଼ି କିଛି ଖୁଚୁରା କାଠ ବେପାରିଙ୍କୁ ଧରି ବାହାବା ନେଉଥିବାର ଶୁଣିବାକୁ ମିଳୁଛି । ଦୈନନ୍ଦିନ ଜଙ୍ଗଲରୁ କାଠ ମାଫିଆମାନେ ବିଭିନ୍ନ ଉନ୍ନତମାନର କାଠ ଗଣ୍ଡିକୁ ନମ୍ବର ବିହୀନ ପିକ୍ଅପ ଗାଡ଼ିରେ ଭର୍ତିକରି ବାହାରକୁ ଚାଲାଣ କରୁଥିବା ବେଳେ ବନବିଭାଗ ତାକୁ ଧରିବାକୁ ସକ୍ଷମ ହୋଇପାରୁନାହିଁ । ଆଜି ଏକ ବିଶେଷ ସୂତ୍ରରୁ ଖବର ପାଇ ବଣସୀମା ଅଂଚଳରୁ କାଠ ବୋଝେଇ ହୋଇ ଆସୁଥିବା ପିକ୍ଅପ ଭ୍ୟାନକୁ ପିଛା କରି ନୀଳଗିରି ପାନବଜରର ନିକଟରେ ବନବିଭାଗ ଅଟକ ରଖି ୨ଜଣକୁ ଗିରଫ କରିଥିବା ସୂଚନା ମିଳିଛି । ଏହି ଗାଡ଼ିରେ ୭୧ ସିଫ୍ଟ ସିମିଳି ଗଣ୍ଡି ଥିବାର ଜଣାପଡ଼ିଛି । ଗିରଫ ୨ଜଣ ହେଲେ କାହାଳିଆ ଅଂଚଳର ରାଜୁ ସିଂ ଓ ରଂଜିତ ସିଂ । ଏସ.ସି.ଏଫ.ଓ. ଦିଗନ୍ତ ଶୋଭନ ଚାନ୍ଦଙ୍କ ସହ ନୀଳଗିରି ରେଞ୍ଜର ଆଇସା ଏ ନିଶା, କୁଲଡିହା ରେଞ୍ଜର ଅନନ୍ତ କୁମାର ଜେନା, ନୀଳଗିରି ଫରେଷ୍ଟ ଗାର୍ଡ ସୁଲୋଚନା ବେହେରାଙ୍କ ସହ ସ୍କ୍ୱାର୍ଡ ଟିମ୍ ଏହି ଚଢ଼ାଉରେ ସାମିଲ ଥିଲେ ।
