କଟକ : ଆଜି ଅପରାହ୍ନ ସମୟରେ ‘ପ୍ରାଚୀ’ ସାହିତ୍ୟ ସମାଜ ଓ ରେଭେନ୍ସା ବିଶ୍ୱବିଦ୍ୟାଳୟର ହିନ୍ଦୀ ବିଭାଗର ମିଳିତ ଅନୁକୁଲ୍ୟରେ ସାହିତ୍ୟ ସଭା ଓ ବହୁଭାଷୀ କବିତା ପାଠ ହିନ୍ଦୀ ବିଭାଗର ସେମିନାର ହଲରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ହିନ୍ଦୀ ବିଭାଗର ମୁଖ୍ୟ ପ୍ରଫେସର ଅଞୁମନ ଆରା ସଭାପତିତ୍ୱ କରି ସମାଜ ସେବାରେ ସାହିତ୍ୟ ଓ ଗାନ୍ଧିବାଦ ବିଷୟରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ରୁପେ ବରିଷ୍ଟ ଅଇନଜୀବି ତାରାନନ୍ଦ ପଟ୍ଟନାୟକ ଓ ସୟଦ ନଫିସ ଦସନୱି ଯୋଗଦାନକରି ବର୍ତ୍ତମାନ ଯୁଗରେ ଗାନ୍ଧୀବାଦର ପ୍ରାସଙ୍ଗିକତା ବିଷୟରେ ଆଲୋକପାତ କରିଥିଲେ । ସମ୍ମାନନୀୟ ଅତିଥି ରୂପେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଓଡିଆ ବିଭାଗର ମୁଖ୍ୟ ଡ.ଜ୍ଞାନୀଦେବାଶିଶ ମିଶ୍ର ଓ ବରିଷ୍ଟ କବି ସୁରେଶ ନାୟକ ଯୋଗଦାନ କରିଥିଲେ ।କବିତା ପାଠୋତ୍ସବରେ ଡ. ଅଭିଷେକ ଶର୍ମା, ଶୌକତ ରଶିଦି,ଅଶ୍ୱନୀ ସେଠୀ, ମୀରା ବେଉରା ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଭାତୀ ରାଣୀ ମହାନ୍ତି, ସ୍ନେହଲତା ଦ୍ୱିବେଦୀ, ଡ. ବସନ୍ତ କୁମାରି ନନ୍ଦ.ଡ. ବୈଜୟନ୍ତୀମାଳା ଶତପଥୀ, ମିର୍ଜା ବୁରହାନ,ବବିତା ଦାସ ମହାପାତ୍ର, ମଧୁସ୍ମିତା ମିଶ୍ର,ଫରଜାନା ବେଗମ,ନିବେଦିତା ମହାନ୍ତି, ହରେକୃଷ୍ଣ ଦଳାଇ,ଗିତାଞଳି ପୃଷ୍ଟି,ରାଜ କିଶେର ସ୍ୱାଇଁ, ବ୍ରଜବନ୍ଧୁ ପୃଷ୍ଟି, କ୍ଷିରୋଦ ଚନ୍ଦ୍ର ଜେନା,ଶୂନ୍ୟକାନ୍ତ ଦାଶ, ବିମଳ କୁମାର ଦାଶ ପ୍ରମୁଖ ଯୋଗଦାନ କରି କବିତା ପାଠ କରିଥିଲେ । ଶେଷରେ ପ୍ରାଚୀ ଅନୁଷ୍ଠନର ସଂପାଦକ ଡ. ବିଭୁଦତ୍ତ ଖଣ୍ଡାୟତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।
Post Views: 32,687