କୋରାପୁଟ ଜିଲ୍ଲାରେ ଲାମ୍ପୀ ରୋଗ ଆତଙ୍କ
ଜୟପୁର : କୋରାପୁଟ ଜିଲ୍ଲା ଜୟପୁରରେ ଗାଇକୁ ଲାମ୍ପୀ ରୋଗ ବ୍ୟାପୁଥିବାରୁ ଆତଙ୍କ ସୃଷ୍ଟି ହୋଇଛି । ଏହି ରୋଗ ବ୍ୟାପିଲେ କୋରାପୁଟ ଜିଲାରେ ଗୋରୁ ଶୁନ୍ୟ ହେବା ଆଶଙ୍କା ରହିଛି । ଗତ ଦିନରେ ରାଜସ୍ଥାନରେ ଏପରି ରୋଗ ବ୍ୟାପିବାରୁ ଲକ୍ଷ ଲକ୍ଷ ଗାଇ ଗୋରୁ ମୃତ୍ୟୁ ବରଣ କରିଛନ୍ତି । ଏହି ଖବର ଗୋ ସୁରକ୍ଷା ମଂଚର ଗଙ୍ଗାଧର ନନ୍ଦ ପ୍ରତିଦିନ ବୁଲା ଗାଇ ଗୋରୁଙ୍କୁ ଖାଇବାକୁ ଦିଅନ୍ତି । ଏହି ସମୟରେ ଗୋରୁଙ୍କୁ ଦେହରେ ଲାମ୍ପି ରୋଗ ବ୍ୟାପିଥିବା ସେ ଜାଣିବାକୁ ପାଇଥିଲେ । ଏହାର ଫଟୋ ଉତୋଳନ କରି ସେ ପ୍ରାଣୀ ବିଭାଗ ଡାକ୍ତର ଆଲୋକ ଆଚାର୍ଯ୍ୟ, ଡାକ୍ତର ଲକ୍ଷ୍ମୀ ନାରାୟଣ ନନ୍ଦ, ଡାକ୍ତର ଲିନା କାଲାଙ୍କୁ ପଠାଇଥିଲେ । ସେମାନେ ମଧ୍ୟ ଏହା ଭୟଙ୍କର ରୋଗ ବୋଲି କହିଥିବା ଗଙ୍ଗା ଧର ନନ୍ଦ ସୂଚନା ଦେଇଛନ୍ତି । ଜୟପୁର ସହରରେ ବିନା ମାଲିକରେ ଶହ ଶହ ଗାଇ ବୁଲୁଛନ୍ତି । ମାଲିକ ଜଣା ପଡି ନଥିବା ଯୋଗୁଁ ଏହା ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ତେଣୁ ପ୍ରଶାସନ ତୁରନ୍ତ ଏଥି ପ୍ରତି ସଜାଗ ହେଲେ ଆଗାମୀ ଦିନରେ ରାଜସ୍ଥାନ ପରି ଘଟଣା ଘଟିବା ଆଶଙ୍କା ରହିଛି । ତେଣୁ ପ୍ରଶାସନ ତତ୍ପରତା ପ୍ରକାଶ କରିବାକୁ ଗୋ ସୁରକ୍ଷା ମଞ୍ଚ ତରଫରୁ ଅନୁରୋଧ କରାଯାଇଛି ।
