ବେଆଇନ ପଲିଥିନ ଗୃହରେ ଚଢଉ
ଜୟପୁର : ବେଆଇନ ପଲିଥିନ ରଖି ବିକ୍ରି କରୁଥିବା ବେଳେ ଏକ ଘର ଉପରେ ଚଢଉ ହୋଇଛି । ଜୟପୁର ସହରର ନଡିଆବାଢ ସାହିରେ ପୌରପାଳିକା ପକ୍ଷରୁ ଚଢଉ ହୋଇଛି । ବେଆଇନ ଭାବେ ୭୫ ମାଇକ୍ରୋନରୁ କମ ପିଲିଥିନ ବିକ୍ରୟ ହେଉଥିବା ଅଭିଯୋଗରେ ଚଢଉ କରାଯାଇ ୬୦ କେଜି ପଲିଥିନ ଜବତ କରି ୭ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ସେହିପରି ପୁରୁଣା ବାଟା ସପ ଲାଇନରେ ଗୋଟିଏ ମିଠା ଦୋକାନରେ ବ୍ୟବହୃତ ପାଣିକୁ ସିଧାସଳଖ ନାଳରେ ଛାଡୁ ଥିବାରୁ ପୌରପାଳିକା ତରଫରୁ ଚଢଉ କରାଯାଇ ୧ ହଜାର ଟଙ୍କା ଜୋରିମାନା ଅଦାୟ କରାଯାଇଛି । ଜୟପୁର ପୌର କାଯ୍ୟନିବାହି ଅଧିକାରି ସିଦ୍ଧାର୍ଥ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏହି ଚଢଉ କରାଯାଇଛି । ପୌର କର୍ମଚାରି ଓ ଟାଉନ ପୋଲିସ ଚଢଉ ସମୟରେ ଉପସ୍ଥିତ ଥିଲେ । ୭୫ ମାଇକ୍ରୋନରୁ କମ ପଲିଥିନ ବ୍ୟବହାର ନକରି ୭୫ ମାଇକ୍ରୋନରୁ ଅଧିକ ଥିବ ତାହାକୁ ବ୍ୟବହାର କରିବାକୁ ଲୋକଙ୍କୁ ସଚେତନ ମଧ୍ୟ କରାଯାଇଥିବା ଜଣାଯାଇଛି ।
