କୁସୁମେଣ୍ଡି ପଞ୍ଚାୟତ ସ୍ୱଛଭାରତ କାର୍ଯ୍ୟକ୍ରମ
କନ୍ଧମାଳ : ଆଜି କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ କୁସୁମେଣ୍ଡି ପଚାଂୟତରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ଗାଁ ସାଥି ମାନେ ମିଳିତ ଭାବେ ଏକ ସ୍ୱଛଭାରତ କାର୍ଯ୍ୟକ୍ରମ କରିଛନ୍ତି । ଏହି ଅବସରରେ ପୂର୍ବତନ ସରପଂଚ କିଶୋର ଚନ୍ଦ୍ର କହଁର, ବର୍ତମାନ ସରପଂଚ ମୋତି କହଁର ଏବଂ ଚକାପାଦରେ ବ୍ଲକ କର୍ମଚାରୀ ମାନେ ଯୋଗ ଦେଇଥିଲେ । ସ୍ୱଛଭାରତ ପାଳନ ଅବସରରେ ସମସ୍ତେ ମିଳିମିଶି ଅଂଚଳର ସବୁ ଅଳିଆ ଆବର୍ଜନାକୁ ସଫା କରିବା ସହିତ ସମସ୍ତ ଗ୍ରାମବାସୀଙ୍କୁ ନିଜ ଘରର ଆଖପାଖ ଅଂଚଳ ସମେତ ସମଗ୍ର ଗାଁକୁ ସଫାସୁତୁରା ରଖିବାକୁ ଓ ବାହାରେ ମଳତ୍ୟାଗ ନ କରି ପାଇଖାନା ବ୍ୟବହାର କରିବାକୁ ବୁଝାଇଥିଲେ । ଏହା କରିବା ଦ୍ୱାରା ବିଭିନ୍ନ ସଂକ୍ରମିତ ରୋଗ ସମେତ ଅନ୍ୟାନ୍ୟ ରୋଗ ଗୁଡିକରୁ ନିଜକୁ ରକ୍ଷା କରିବା ଓ ଗାଁରେ ଏକ ସ୍ୱଚ୍ଛ ପରିବେଶ ପାଇ ପାରିବା ବୋଲି ପରାମର୍ଶ ଦେଇଥିଲେ ।
