ପାରିବାରିକ କଳହର ଦୁଃଖଦ ଅନ୍ତ; ଜଙ୍ଗଲରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
କନ୍ଧମାଳ : ପାରିବାରିକ କଳହର କୁପରିଣତି । ଜଙ୍ଗଲରୁ ଦମ୍ପତିଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଟିକାବାଲି ବ୍ଲକ ଅନ୍ତର୍ଗତ ପାବୁରିଆ ନିକଟ ମାଲେରିମାହା ଅଂଚଳରେ । ମୃତ ଦମ୍ପତି ହେଲେ ଗାଁ ସାଥି ମନୋରଞ୍ଜନ ନାୟକ ଓ ଆଶା କର୍ମୀ ସ୍ମିତାଞ୍ଜଳୀ ନାୟକ । ତାଙ୍କର ଦୁଇ ପୁଅ ଓ ଗୋଟିଏ ଝିଅ ଅଛନ୍ତି । ସୋମବାର ସ୍ଥାନୀୟ ଲୋକ ଜଙ୍ଗଲକୁ ଯାଇଥିବାବେଳେ ମନୋରଞ୍ଜନ ଓ ସ୍ମିତାଙ୍କ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରିବା ସଙ୍ଗେ ସଙ୍ଗେ ବ୍ୟବଛେଦ ପାଇଁ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ କରୁଛି । ତେବେ ବର୍ତମାନ ସୁଦ୍ଧା ମୃତ୍ୟୁର କାରଣ ଜଣାପଡିନଥିଲେ ବି ପାରିବାରିକ କଳହ ଯୋଗୁଁ ଆତ୍ମହତ୍ୟା କରିଥିବା ଶୁଣିବାକୁ ମିଳୁଛି । ତେବେ ତଦନ୍ତ ପରେ ହିଁ ସବୁକିଛି ଷ୍ପଷ୍ଟ ହେବ ବୋଲି ପୋଲିସ କହିଛି ।
