ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷାରେ କ୍ଷୀରାବ୍ଦି ତିହିଡି ବ୍ଲକର ପ୍ରଥମ
ତିହିଡି : ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷା ୨୦୨୨-୨୩ ଫଳ ପ୍ରକାଶ ପାଇଛି । ଏଥିରେ ତିହିଡି ବ୍ଲକର ମେରିଟ ଓ ମେରିଟ କମ୍ ପୋଭର୍ଟି ଉଭୟ ବର୍ଗରେ ୭ ଜଣ କରି ଉତ୍ତୀର୍ଣ୍ଣ ହୋଇଛନ୍ତି । ମୋଟ ୧୪ ଜଣ ପିଲା ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ତିହିଡି ବିଇଓଙ୍କ କାର୍ଯ୍ୟାଳୟର ଚିଠି ନଂ ୨୩/୦୩/୦୧/୨୩ ମୂଳେ ସୂଚନା ମିଳିଛି । ଏଥି ମଧ୍ୟରୁ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି କ୍ଷୀରାବ୍ଦି ତନୟା ବେହେରା । କ୍ଷୀରାବ୍ଦି ହେଉଛନ୍ତି ଶିକ୍ଷକ ତନ୍ମୟ ବେହେରାଙ୍କ ସୁକନ୍ୟା ତଥା ପ୍ରବଚକ ଆନନ୍ଦ ବେହେରାଙ୍କ ନାତୁଣୀ । ସେ ଚଳିତ ବର୍ଷ ତିହିଡି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଚତୁର୍ଥ ଶ୍ରେଣୀର ଅଧ୍ୟୟନରତ ଛାତ୍ରୀ । ଏହି ଛାତ୍ରୀଙ୍କ ଘର ଚାନ୍ଦବାଲି ବ୍ଲକ ପଞ୍ଚୁଟିକ୍ରୀ ଗାଁର ବୋଲି ଜଣାପଡିଛି ।
