ଖଇରାରେ ବିଶ୍ୱ ଦିବ୍ୟାଙ୍ଗ ଦିବସ ନୃତ୍ୟଗୀତରେ କମ୍ପିଲା ଖଇରା ପ୍ରାଥମିକ ବିଦ୍ୟାଳୟ କ୍ୟାମ୍ପସ୍
ଖଇରା : ଖଇରା ସ୍ଥିତ ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଶ୍ୱ ଦିବ୍ୟାଙ୍କ ଦିବସ ପ୍ରତିଯୋଗିତା ଓ ସଭା ଆୟୋଜନ ମାଧ୍ୟମରେ ପାଳିତ ହୋଇ ଯାଇଛି । ବ୍ଲକ ସ୍ତରର ବିଭିନ୍ନ ଅଞ୍ଚଳରୁ ଆସିଥିବା ଦିବ୍ୟାଙ୍ଗ ଛାତ୍ରୀଙ୍କ ନୃତ୍ୟଗୀତରେ ପ୍ରାଥମିକ ବିଦ୍ୟାଳୟ କ୍ୟାମ୍ପସ୍ କମ୍ପିଥିଲା । ପ୍ରଥମେ ଏକ ର୍ୟାଲି ଖଇରା ବଜାର ପରିକ୍ରମା କରି ପ୍ରାଥମିକ ବିଦ୍ୟାଳୟ ପରିସରରେ ପହଞ୍ଚିଥିଲା । ପରେ ଏବିଇଓ ଶ୍ରୀଧର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ପୂର୍ବତନ ବିଇଓ ସୁଦର୍ଶନ ରାଉତ ମୁଖ୍ୟ ଅତିଥି,ଏବିଇଓ ଗୌରାଙ୍ଗ ମହାପାତ୍ର ଓ ହେମନ୍ତ ମିଶ୍ର,ଶିକ୍ଷକ ନେତା କୈଳାସ ଚନ୍ଦ୍ର ବେହେରା,ଶରତ ଚନ୍ଦ୍ର ପଣ୍ଡା,ଜୟନ୍ତ କୁମାର ପଣ୍ଡା,ଗୋଷ୍ଠୀ ସମ୍ବଳ ଶିକ୍ଷକ ମନୋଜ କୁମାର ମହାପାତ୍ର ଓ ଭାଗିରଥି ନାୟକ ପ୍ରମୁଖ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ଉଦ୍ଯାପନୀ ସଭାରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।
