ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବାର୍ଷିକ କ୍ରୀଡା ଉତ୍ସବ ପାଳିତ
ଖଇରା : ବାଲେଶ୍ୱର ଜିଲା ଖଇରା ବ୍ଲକ୍ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଦୁଇ ଦିନ ଧରି ବାର୍ଷିକ କ୍ରୀଡା ଉତ୍ସବ ପାଳିତ ହୋଇଯାଇଛି । ବିଦ୍ୟାମନ୍ଦିରର ସମ୍ପାଦିକା କଳ୍ପନା ଲେଙ୍କାଙ୍କ ନେତୃତ୍ୱରେ ଆୟୋଜିତ ସଭାରେ ପ୍ରଧାନଆଚାର୍ଯ୍ୟ କୈଳାସ ଚନ୍ଦ୍ର ସାହୁ ସଭାପତିତ୍ୱ କରିଥିଲେ । ଏହି କାର୍ଯ୍ୟକ୍ରମରେ ଖଇରା ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ବରିଷ୍ଠ ଅଧ୍ୟାପକ ଯୁଗଳ କିଶୋର ଗାହାଣ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରିବା ସହିତ କ୍ରୀଡା ପତାକା ଉତ୍ତୋଳନ ପୂର୍ବକ ଉଦ୍ଘାଟନ କରିଥିଲେ । ଏହାସହିତ ସୁସ୍ଥ ଶରୀର ଓ ସୁସ୍ଥ ମନ ପାଇଁ କ୍ରୀଡା ଏକ ଅପରିହାର୍ଯ୍ୟ ବୋଲି ଅଭିଭାଷଣରେ ପ୍ରକାଶ କରିବା ସହିତ ଖେଳିବା ପାଇଁ ପିଲାମାନଙ୍କୁ ମନୋବଳକୁ ଦୃଢ କରିଥିଲେ । ଏହି ପ୍ରତିଯୋଗୀତାରେ ବିଦ୍ୟାଳୟର ମୋଟ ୧୭୫ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ୧୦୦ମି. ଦୌଢ, ଗଣିତ ଦୌଡ, ଛୁଞ୍ଚିସୂତା, ଲମ୍ବଡିଆଁ, ଉଚ୍ଚଡିଆଁ, ପୁଚି, ସ୍କିପିଂ, ଅଖାଡିଆଁ, ଜିଲାପି ଦୌଡ, ମ୍ୟୁଜିକ୍ ଚେୟାର ଆଦି ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉଦ୍ଯାପନି ଦିବସରେ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କ ନାମ ଘୋଷଣା କରାଯାଇଥିବାବେଳେ ଆସନ୍ତା ୨୨ ତାରିଖରେ ହେବାକୁ ଥିବା ବିଦ୍ୟାଳୟର ବାର୍ଷିକ ଉତ୍ସବ ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ପୁରଷ୍କୃତ କରାଯିବା ନେଇ ବିଦ୍ୟାଳୟର ପରିଚାଳକ ଦୀଲ୍ଲିପ କୁମାର ଲେଙ୍କା ପ୍ରକାଶ କରିଛନ୍ତି । ଦୁଇ ଦିନ ଧରି ଆୟୋଜିତ କ୍ରୀଡା ପ୍ରତିଯୋଗୀତାକୁ ଗୁରୁଜୀ ଏନ୍.ପି. ଷ୍ଟାଲିନ ରାଉତ, ଅବିନାଶ ଖଟୁଆ, ଗୁରୁମା ବନ୍ଦନା ପାତ୍ର, ପୁଷ୍ପାଞ୍ଜଳି ରାଉତ, ଜ୍ୟୋତିପ୍ରଭା ତ୍ରିପାଠୀ, ସରୋଜିନୀ ଦାଶ, କ୍ରିଷ୍ଣାରାଣୀ ହାତୀ, ସୂର୍ଯ୍ୟମଣୀ ବେହେରା, ସାବିତ୍ରୀ ପଣ୍ଡା ପ୍ରମୁଖ ସମସ୍ତ କ୍ରୀଡା ପରିଚାଳନା କରିଥିବାବେଳେ ନରୋତ୍ତମ ପୁଟି, ରାଜାନୁରଞ୍ଜନ ଜେନା, ମାନିନୀ ରାଉତ, ସନ୍ଧ୍ୟାରାଣୀ ଦାସ, ମାଳତୀ ମହାନ୍ତି, ରମେଶ ଲେଙ୍କା, ପୁଷ୍ପାଞ୍ଜଳି ପଣ୍ଡା, ଯମୁନା ମାଝୀ ପ୍ରମୁଖ ଅଭିଭାବକ ମାନେ ସହଯୋଗ କରିଥିଲେ ।
