ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ବିଇଓଙ୍କୁ ଦାବୀପତ୍ର
ଖଇରା : ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି ଖଇରା ଶାଖା ପକ୍ଷରୁ ୮ଦଫା ଦାବୀ ପୁରଣ ନେଇ ଏକ ବୈଠକ ଶନିବାର ଦିନ ଦିନବନ୍ଧୁ ଦାଶଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଶିକ୍ଷକ ଓ କର୍ମଚାରୀଙ୍କୁ ୭ମ ବେତନ ଅନୁଯାୟୀ ଦରମା ପ୍ରଦାନ,୨୦୧୮ ଜିଆଇଏ ଅଧୀନରେ ଶିକ୍ଷକଙ୍କୁ ୭ମ ବେତନ ଓ ହିନ୍ଦୀ ସଂସ୍କୃତ, ମାଦ୍ରାସା ଓ ଖେଳ ଶିକ୍ଷକଙ୍କୁ ବର୍ଦ୍ଧିତ ହାରରେ ଦରମା ପ୍ରଦାନ,ନୂତନ ସାହାଯ୍ୟପ୍ରାପ୍ତ ବିଦ୍ୟାଳୟକୁ ଅବସରକାଳୀନ ସୁବିଧା ପ୍ରଦାନ,ଅବସର ସମୟ ୬୦ରୁ୬୨କୁ ବୃଦ୍ଧି କରିବା ଭଳି ଦାବୀ ସମ୍ପର୍କରେ ନେତୃବୃନ୍ଦ ଆଲୋଚନା କରିଥିଲେ । ପରେ ଏକ ଦାବୀପତ୍ର ବିଇଓ ଙ୍କ ଅନୁପସ୍ଥିତିରେ ଏବିଇଓ ଶ୍ରୀଧର ବେହେରାଙ୍କୁ ପ୍ରଦାନ କରାଯାଇଥିଲା । ଷଢାନନ ପାଣିଗ୍ରାହୀ,ସଚିଦାନନ୍ଦ ମହାପାତ୍ର,ଗୟାଧର ନାୟକ,ବିଷ୍ଣୁ ପ୍ରସାଦ ମିଶ୍ର ପ୍ରମୁଖ ଏହାର ନେତୃତ୍ୱ ନେଇଥିଲେ ।
