କେନ୍ଦୁଝରରେ ଥମୁନି ହାତୀଙ୍କ ଉପଦ୍ରବ :ବୃଦ୍ଧଙ୍କୁ ଶୁଣ୍ଢରେ ଉଠାଇ ଫିଙ୍ଗିଲା ଦନ୍ତା ହାତୀ
କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ଥମିବାର ନାମ ନେଉନାହିଁ ହାତୀଙ୍କ ଉପଦ୍ରବ । ଏହି ହାତୀ ମାନେ କେତେବେଳେ କେଉଁଠାରେ ଉଠୁଛନ୍ତି ତାହା କାହା ପକ୍ଷରେ ଜାଣିବା ସମ୍ଭବ ହେଉନାହିଁ । ଯେଉଁଥିପାଇିଁ ଅନେକ ସମୟରେ ହାତୀ ଓ ମଣିଷର ଲଢେଇ ହେଉଛି । ହାତୀଙ୍କର ଉପସ୍ଥିତ ସଂପର୍କରେ ସାଧାରଣ ଲୋକଙ୍କୁ ସୂଚନା ଦେବାଲାଗି କେନ୍ଦୁଝର ବନ ବିଭାଗ ଏକ ଅଭିନବ ପ୍ରୟାସ ଆରମ୍ଭ କରଛି । ଏଥିରେ ଗ୍ରାମାଚଂଳ ଓ ସହରାଚଂଳ ର ପ୍ରାୟ ୫ ହଜାର ଲୋକଙ୍କ ମୋବାଇଲ କୁ ବିଭିନ୍ନ ଅଂଚଳରେ ହାତୀଦଳଙ୍କର ଉପସ୍ଥିତ ସଂପର୍କରେ ସୂଚନା ଦିଆଯିବା ସହ ହାତୀ ଦଳ ଯଦି କାହା ଗ୍ରାମ ନିକଟବର୍ତି ଅଂଚଳରେ ଥିବା ଜଣା ପଡେ ତେବେ ନିର୍ଦ୍ଦିଷ୍ଟ ମୋବାଇଲ ନମ୍ବରକୁ ସୂଚନା ଦେବାକୁ କୁହାଯାଇଛି । ଇତି ମଧ୍ୟରେ କେନ୍ଦୁଝର ଜିଲ୍ଲାର ତେଲକୋଇ ଅଂଚଳରେ ହାତୀଙ୍କର ଉପଦ୍ରବ ଥମିବାର ନାମ ନେଉନାହିଁ । ହାତୀଦଳ ତେଲକୋଇ ଅଂଚଳବାସୀଙ୍କ ଆଖିରୁ ନିଦ ହଜାଇ ଦେଇସାରିଲେଣି । ସବୁଠାରୁ ଅଧିକ ସମସ୍ୟା ହୋଇ ଛିଡା ହୋଇଛି ହାତୀଙ୍କ ନାମରେ ବିଦ୍ୟୁତକାଟ । ଫଳରେ ଅନ୍ଧକାରରେ ହାତୀଙ୍କ ଉପସ୍ଥିତ ଠାବ କରାଯିବା ସମ୍ଭବ ପର ହୋଇ ପାରୁନଥିବା ସମସ୍ତଙ୍କର ଅଭିଯୋଗ । ଇତି ମଧ୍ୟରେ ତେଲକୋଇ ଅଂଚଳରେ ଜଣେ ବୃଦ୍ଧଙ୍କୁ ଏ କ ଗୋଠଛଡା ଦନ୍ତାହାତୀ ଶୁଣ୍ଢରେ ଉଠାଇ ଫିଙ୍ଗିବା ଯୋଗୁଁ ସେ ଗୁରୁତର ହୋଇପଡିଛନ୍ତି । ଏହି ଘଟଣା ତେଲକୋଇ ରେଞ୍ଜର ଅଂଚଳରେ ଘଟିଛି । ତେଲକୋଇ ରେଞ୍ଜର ତେଲକୋଇ ଫରେଷ୍ଟ ବିଟ ଅନ୍ତର୍ଗତ କନ୍ତଲେଇ ଗ୍ରାମରେ । ଏହି ଗ୍ରାମର ସନୁ ମୁଖି ସକାଳୁ ସକାଳୁ ତାଙ୍କ ସାହୀ ନିକଟସ୍ଥ ଦଣ୍ଡାହୋଲିକୁ ଶୈତ ପାଇିଁ ଯାଇଥିଲେ । ସେଠାରେ ସେ ହଠାତ୍ ଗୋଠଛଡା ଦନ୍ତାହାତୀ ର ସମ୍ମୁଖରେ ପଡିଯାଇଥିଲେ । ଦନ୍ତାହାତୀଟି ତାଙ୍କୁ ଶୁଣ୍ଢରେ ଉଠାଇ କିଛି ଦୂରକୁ ଫୋପାଡି ଦେଇଥିଲା ଏବଂ ଚିତ୍କାର କରଥିଲେ । ଫଳରେ ସାହୀର ଲୋକମାନେ ଘଟଣାସ୍ଥଳରେ ପହଂଚି ସନୁକୁ ଉଠାଇ ପ୍ରଥମେ ତେଲକୋଇ ମେଡିକାଲକୁ ନେଇଥିଲେ କିନ୍ତୁ ସେଠାରେ ତାଙ୍କ ଅବସ୍ଥା ଅଧିକ ବିଗିଡିବା ଆରମ୍ଭ କରିବାକୁ ତାଙ୍କୁ ତୁରନ୍ତ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲ । ତେଲକୋଇ ଅଂଚଳରେ ଦିନକୁ ଦିନ ହାତୀ ଙ୍କ ଉପଦ୍ରବ ବୃଦ୍ଧି ପାଉଥିବା କାରଣରୁ ଲୋକମାନେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି ।
