ଆଦର୍ଶ ପ୍ରତିଭା ବିକାଶ ପରିଷଦର କବିତା ଆସର
କଟକ : ସାରସ୍ୱତ ଅନୁଷ୍ଠାନ ଆଦର୍ଶ ପ୍ରତିଭା ବିକାଶ ପରିଷଦ ପକ୍ଷରୁ କବିତା ଆସର ଓ ଆଲୋଚନାଚକ୍ର ଚାଉଳିଆଗଂଜସ୍ଥିତ ଉତ୍କଳମଣି ଶିଶୁ ଉଚ୍ଚଶିକ୍ଷା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ପଣ୍ଡିତ ଅଭୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆସରରେ ଉଦଘାଟକ ଭାବେ ଶ୍ରୀଦୁର୍ଗା ସାହିତ୍ୟ ସଂସଦର ସଭାପତି ପଣ୍ଡିତ ଚୈତନ୍ୟ କୁମାର ସାହୁ, ମୁଖ୍ୟ ଅତିଥି ଆଇନଜୀବୀ ପତିତପାବନ ମହାପାତ୍ର, ମୁଖ୍ୟବକ୍ତା ସଂପର୍କ ସାହିତ୍ୟ ସଂସ୍କୃତି ସଭାପତି କୈଳାସ ଚନ୍ଦ୍ର ଜେନା, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ଚୈତନ୍ୟ କୁମାର ରାଉତ, ସ୍ୱାନ୍ତ୍ୱନା କୁମାରୀ ମହାନ୍ତି, ଅଧ୍ୟାପକ ରବୀନ୍ଦ୍ର କୁମାର ଦାଶ, ପ୍ରାଧ୍ୟାପକ ଆଦିତ୍ୟ ପ୍ରତାପ ଧଳ ଯୋଗଦେଇ ସମାଜର ପରିବର୍ତ୍ତନ ପାଇଁ ଲେଖକମାନଙ୍କର ଭୁମିକା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ କବିତା ସଂକଳନ ‘ଶାଶ୍ୱତ ସ୍ୱର’ର ରଚୟିତା କବି ରଘୁନାଥ ତ୍ରିପାଠୀ ଓ ‘ଭକ୍ତି ସୁମନ’ ପୁସ୍ତକର ରଚୟିତା କବି ଅଶ୍ୱିନୀ କୁମାର ସେଠୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଗୀତାଂଜଳି ପୃଷ୍ଟି ଓ ନମିତା ମହାନ୍ତିଙ୍କ ସଂଯୋଜନାରେ କବି ହରେକୃଷ୍ଣ ଦଳାଇ, ସୁରେନ୍ଦ୍ର ମହାପାତ୍ର, ମଧୁସ୍ମିତା ମିଶ୍ର, ଅନ୍ନପୂର୍ଣ୍ଣା ସାହୁ, ନିବେଦିତା ମହାନ୍ତି, ଅରୁଣ କୁମାର ଅଗ୍ରୱାଲ, ସରିତା ମହାପାତ୍ର, ରତନ କୁମାର ମହାନ୍ତି, କ୍ଷୀରୋଦ କୁମାର ଜେନା, ବିମଳ କୁମାର ଦାଶ, ଦେବେନ୍ଦ୍ରନାଥ ସାହୁ, ପ୍ରଭାତିରାଣୀ ମହାନ୍ତି, ସ୍ନେହଲତା ଦ୍ୱିବେଦୀ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ପରିଷଦର ସାଧାରଣ ସଂପାଦକ ଅଶ୍ୱିନୀ କୁମାର ସେଠୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ କବି ବସନ୍ତ କୁମାର ସାହୁ ଧନ୍ୟବାଦ ଦେଇଥିଲେ ।
