ରାଜ୍ୟପାଳ ପୁରସ୍କୃତ ଶିକ୍ଷକଙ୍କ ପରଲୋକ
ସୋର : ସୋର ବ୍ଲକ ସରଶଂଖ ଜଗନ୍ନାଥ ମନ୍ଦିରର ବଡ଼ ପଣ୍ଡା ତଥା ରାଜ୍ୟପାଳ ପୁରସ୍କୃତ ଆଦର୍ଶ ଶିକ୍ଷକ ରାଧାକାନ୍ତ ପଣ୍ଡାଙ୍କର ଗତକାଲି ରାତିରେ ୭୬ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଗତକାଲି ରାତିରେ ପାଇଖାନାକୁ ଯାଇଥିବା ବେଳେ ତଳେ ପଡ଼ିଯାଇ ହୃଦ୍ଘାତ କାରଣରୁ ପରଲୋକ ହୋଇଯାଇଥିଲା । ତାଙ୍କ ମୃତ୍ୟୁର ଖବର ପାଇ ସ୍ଥାନୀୟ ବହୁ ମାନ୍ୟଗଣ୍ୟ ଲୋକେ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ସ୍ୱର୍ଗତ ପଣ୍ଡା ଜଣେ ଆଦର୍ଶ ଶିକ୍ଷକ ଭାବେ ୨୦୦୫ ମସିହାରେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ହୋଇଥ୍ôଲେ । ଅବସରପରେ ସରଶଂଖ ଜଗନ୍ନାଥ ମନ୍ଦିରର ମୁଖ୍ୟ ପୂଜକ ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ ଲତା ପଣ୍ଡା, ସାନଭାଇ ଡ. ଜୟକୃଷ୍ଣ ପଣ୍ଡା, ମଞ୍ଜୁଲତା ପଣ୍ଡା, ପୁତ୍ର ପ୍ରଶାନ୍ତ, ପୁତ୍ରବଧୂ ଝିଅ ଜ୍ୱାଇଁ ଓ ନାତି ନାତୁଣୀ ଉପସ୍ଥିତ ଥିଲେ । ବଡ଼ ପୁଅ ସୁଶାନ୍ତ ମୁଖାଗ୍ନି ଦେଇଥିଲେ । ବାସୁଦେବ ଜୀଉ କ୍ଲବର ବାର୍ଷିକ ଉତ୍ସବ (ଫଟୋ)ସୋର,୧୧/୨- ସୋର ବ୍ଲକ ଗୋପୀନାଥପୁର ପଂଚାୟତ ରଘୁନାଥପୁର ଗ୍ରାମରେ ବାସୁଦେବ ଜୀଉ କ୍ଲବର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ଅବସରପ୍ରାପ୍ତ ଶିଶୁମଙ୍ଗଳ ଅଧିକାରିଣୀ ଗୀତା ରାଣୀ ରାଉତ,ମୁଖ୍ୟ ବକ୍ତା ଭାବେ ନବୋଦୟ ବିଦ୍ୟାଳୟର ଅବସରପ୍ରାପ୍ତ ସଙ୍ଗୀତ ଶିକ୍ଷକ କିଶୋର କୁମାର ରାଉତ,ସମ୍ମାନିତ ଅତିଥିଭାବେ ଡ଼. ଭାସ୍କର ଚନ୍ଦ୍ର ସାହୁ ଯୋଗଦେଇ ନିଜନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ଦେବେନ୍ଦ୍ର କୁମାର ପ୍ରଧାନ ସଭା ପରିଚାଳନା କରିଥିବା ବେଳେ ରଘୁନାଥ ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ । ସରୋଜ କୁମାର ବେହେରା ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ନିରଞ୍ଜନ ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ଭଦ୍ରକ ଅଂଚଳର ବିଶିଷ୍ଟ ତବଲା ବାଦକ ପ୍ରଭାକର ବାରିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ମାନସ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଗ୍ରାମବାସୀ ଓ ଉପସ୍ଥିତ ସାଧୁ ସନ୍ଥ ମାନେ ପରିଚାଳନାରେ ସହଯୋଗ କରିଥିଲେ ।
