କଟକରେ କାଳ ବୈଶାଖୀ : ଘଡଘଡି ସହ ପ୍ରବଳ ବର୍ଷା ଓ ପବନ
କଟକ : କଟକରେ କାଳ ବୈଶାଖୀ ପ୍ରଭାବ । ଗୁରୁବାର ଅପରାହ୍ଣ ୪ ଟାରୁ ୫ଟା ୩୦ ମିନିଟ ପର୍ଯ୍ୟନ୍ତ (ଦେଢ଼ ଘଣ୍ଟା) ଘଡଘଡି ସହ ପ୍ରବଳ ବର୍ଷା ଓ ପବନ । ଜଳବନ୍ଦି ହେଲା ସାରା ସହର । ଫଳରେ ସହରରେ ଗମନାଗମନ ବାଧାପ୍ରାପ୍ତ ହୋଇଥିଲା।
ପ୍ରବଳ ବର୍ଷା ଯୋଗୁଁ ସହରର ବାଦାମବାଡି, ହାଇକୋର୍ଟ କଲୋନୀ, ଶ୍ରୀରାମ ନଗର, ଅରୁଣୋଦୟ ମାର୍କେଟ, ଫ୍ରେଣ୍ଡସ କଲୋନୀ, ପଟ୍ଟାପୋଲ, ତୁଳସୀପୁର ଆଦି ଅଞ୍ଚଳରେ ଜଳବନ୍ଦୀ ଅବସ୍ଥା ସୃଷ୍ଟି ହୋଇଛି। ସେହିପରି କାଳବୈଶାଖୀ ପ୍ରଭାବରେ ଉପର ବାଲିଯାତ୍ରା ପଡ଼ିଆରେ ଚାଲିଥିବା ବୈଶାଖୀ ମେଳା ସ୍ଥଳରେ ପାଣି ଜମା ହୋଇ ରହିଛି। ଫଳରେ ମେଳା ଆୟୋଜନରେ ବାଧା ସୃଷ୍ଟି ହୋଇଛି।
