କଟକ ଗଡ଼ଗଡ଼ିଆ ଘାଟରେ ୧୨ତମ ମହାନଦୀ ଆଳତି
କଟକ : କଟକ ଗଡଗଡିଆ ଘାଟରେ ମହାନଦୀ ପୂଜନ କମିଟି ପକ୍ଷରୁ ୧୨ତମ ମହାନଦୀ ଆଳତି ଅନୁଷ୍ଠିତ । ଚୈତ୍ର ପୁର୍ଣ୍ଣିମା ଅବସରରେ ଗୁରୁବାର ସନ୍ଧ୍ୟା ୬ଟାରେ ଏହି ଆଳତି ଅନୁଷ୍ଠିତ ହୋଇଥିଲା । କମିଟି ଦ୍ୱାରା ଆଗାମୀ ପୂର୍ଣ୍ଣମୀ ତିଥିରେ ଏହାର ବାର୍ଷିକ ଉତ୍ସବ ପାଳନ କରିବା ସହିତ ୧୦୮ ଆଳତି ବର୍ଷ ତମାମ ହେବାକୁ ସ୍ଥିର କରାଯାଇଛି।
ସୂଚନା ଯେ, ମହାନଦୀର ଓଡ଼ିଶାର ବଡ଼ ନଦୀ ତଥା ଜନ ଜୀବନ ସହ ଓତପ୍ରତ ଭାବେ ଜଡ଼ିତ। ଚାଷ ଓ ପାନୀୟ ଜଳ ଯୋଗାଣରେ ଏହି ନଦୀର ଅବଦାନ ମା ପରି। ଏଣୁ ମହାନଦୀର ସୁରକ୍ଷା ସହ ଆଧ୍ୟାତ୍ମିକତା ଦୃଷ୍ଟିକୋଣରୁ ଓଡ଼ିଶାର ଜନ ସାଧାରଣଙ୍କ ମଙ୍ଗଳ କାମନା ପାଇଁ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ମହାନଦୀ ପୂଜନ କମିଟି ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ କମିଟିର ସମସ୍ତ ସଭ୍ୟ ଏବଂ କଟକର ବିଭିନ୍ନ ସାମାଜିକ ସଂଗଠନମାନେ ପରିଚାଳନା କରିଥିଲେ। ଅନେକ ବୁଦ୍ଧିଜୀବି ଓ ସଂସ୍କୃତିପ୍ରେମି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
