ଦୁଇ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ଘଟଣା : ଅଭିଯୁକ୍ତ ପ୍ରଧାନ ଶିକ୍ଷକଙ୍କୁ ୧ ବର୍ଷ ଜେଲ, ୧୦ ହଜାର ଜରିମାନା
Judge holding gavel in courtroom
କନ୍ଧମାଳ : କନ୍ଧମାଳ ଜିଲା ବେଲଘର ଥାନା ଅନ୍ତର୍ଗତ ବେଲଘର ହାଇସ୍କୁଲରେ ଅଧ୍ୟୟନ ରତ ଦୁଇ ନାବାଳିକା ଛାତ୍ରୀଙ୍କୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲଡୁକିଶୋର ସାହୁ ତାଙ୍କ ବ୍ୟକ୍ତିଗତ କାମରେ ନିୟୋଜିତ କରିବା ସହିତ ସେମାନଙ୍କ ସହିତ ଅଶାଳୀନ ଆଚରଣ କରିବା ଅଭିଯୋଗର ବିଚାରଣା କରି ସାକ୍ଷ ପ୍ରମାଣ ଆଧାରରେ ଫୁଲବାଣୀ ସ୍ୱତନ୍ତ୍ର ପୋକ୍ସୋକୋର୍ଟର ବିଚାରପତି ତଥା ଅତିରିକ୍ତ ଦୌରାଜର୍ଜ ଭାସ୍କରଚନ୍ଦ୍ର ସାହୁ ପ୍ରଧାନ ଶିକ୍ଷକ ଲଡୁକିଶୋର ସାହୁଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ତାଙ୍କୁ ଏକ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇବା ସହିତ ୧୦ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ଜରିମାନା ଅନାଦେୟ ତାଙ୍କୁ ଆଉ ୬ ମାସ ଅଧିକ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ନିଜ ରାୟରେ ଶୁଣାଇଛନ୍ତି ।
ସୂଚନା ଯେ, ପିଡୀତା ନାବାଳିକା ଛାତ୍ରୀ ମାନଙ୍କୁ ପ୍ରଧାନ ଶିକ୍ଷକ ବିଦ୍ୟାଳୟରେ ସେମାନଙ୍କୁ ବ୍ୟକ୍ତିଗତ କାର୍ଯ୍ୟରେ ନିୟୋଜିତ କରିବା ସହିତ ସେମାନଙ୍କୁ ଅଶାଳୀନ ଆଚରଣ କରିବା ନେଇ ତୁମୁଡିବନ୍ଧ ବ୍ଳକ ଡବ୍ଲ୍ୟୁ.ଇ.ଓ ମାଗୁଣି ଚରଣ ପ୍ରଧାନଙ୍କ ନିକଟରେ ଅଭିଯୋଗ କରିଥିଲେ । ଛାତ୍ରୀ ମାନଙ୍କ ଅଭିଯୋଗ ପ୍ରକାରେ ଡବ୍ଳୁ.ଇ.ଓ ବେଲଘର ଥାନାରେ ଏ ନେଇ ଅଭିଯୋଗ କରିଥିଲେ ଏ ସଂକ୍ରାନ୍ତରେ ତୁମୁଡିବନ୍ଧ ଥାନା ପୋଲିସ ଏକ ମାମଲା ୧/୨୦୧୫ ରୁଜ୍ଜୁ କରିବା ସହିତ ପ୍ରଧାନ ଶିକ୍ଷକ ଲଡୁକିଶୋରକୁ କୋର୍ଟରେ ହାଜର କରାଇଥିଲା । ଶୁକ୍ରବାର ଏହି ମାମଲାର ବିଚାରଣା କରି ବିଚାରପତି ତାଙ୍କ ବିରୋଧରେ ଏହି ରାୟ ଶୁଣାଇଛନ୍ତି । ପୀଡିତା ମାନଙ୍କ ପକ୍ଷରୁ ମାମଲାର ପରିଚାଳନା ସ୍ୱତନ୍ତ୍ର ପୋକ୍ସୋ ପିପି ବନମାଳି ବେହେରା ପରିଚାଳନା କରିଥିଲେ ।
