ବାସୁଦେବପୁରରେ ମିଳିତ ଜନଶୁଣାଣି ଶିବିର । ସମୁଦାୟ ଅଭିଯୋଗ ୧୦୭
ଭଦ୍ରକ : ତା ୨୭.୩.୨୩ ରିଖ ଜିଲ୍ଲାପାଳ ଓ ଏସ୍.ପି.ଙ୍କ ଯୁଗ୍ମ ଜନ ଶୁଣାଣି ଶିବିର ତା. ୨୭.୦୩.୨୦୨୩ ରିଖ ସୋମବାର ଦିନ ବାସୁଦେବପୁର ବ୍ଲକ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ, ଭଦ୍ରକ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଓ ଏସ୍.ପି. ବରୁଣ ଗୁଣ୍ଟୁପାଲି ଏହି ଶିବିରରେ ଯୋଗଦେଇ ସମୁଦାୟ ୧୦୭ ଟି ଅଭିଯୋଗ ଶୁଣିଥିଲେ । ଭଦ୍ରକ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରତାପ ପ୍ରୀତିମୟ, ଉପଜିଲ୍ଲାପାଳ ମନୋଜ ପାତ୍ର, ବ୍ଲକ୍ ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ୱାଳ, ସ୍ୱାସ୍ଥ୍ୟ ବିଭାଗ ତରଫରୁ ଡା. ସନ୍ତୋଷ କୁମାର ପୃଷ୍ଟି ଏହି ଶିବିରରେ ଯୋଗଦେଇ ଶୁଣାଣି କାର୍ଯ୍ୟରେ ଜିଲ୍ଲାପାଳଙ୍କୁ ସହଯୋଗ କରିଥିଲେ । ଆଗତ ହୋଇଥିବା ସମୁଦାୟ ଅଭିଯୋଗ ମଧ୍ୟରେ ୯୫ ଟି ବ୍ୟକ୍ତିଗତ ସମସ୍ୟା ଭିତ୍ତିକ ହୋଇଥିଲାବେଳେ ୧୨ ଟି ସାମୂହିକ ସମସ୍ୟା ସମନ୍ଧୀୟ ଥିଲା । ସାମାଜିକ ସୁରକ୍ଷା ଯୋଜନାରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପବିତ୍ର କୁମାର ଦାସଙ୍କ ସଂଯୋଜନାରେ ୬ଟି ତିନିଚକିଆ ସାଇକେଲ, ୧ଟି ହ୍ୱିଲ ଚେୟାର ଓ ୪ ହଳ କ୍ରଚେସ୍ (ଆଶ୍ରାବାଡ଼ି) ଦିବ୍ୟାଙ୍ଗମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା । ଜିଲ୍ଲା ସ୍ତରୀୟ ଓ ଭକ୍ତ ବ୍ଲକ୍ ସ୍ତରୀୟ ଅଧିକାରୀମାନେ ଏହି ଶିବିରରେ ଉପସ୍ଥିତ ରହି ଅଭିଯୋଗ ଶୁଣାଣିରେ ଆବଶ୍ୟକ ମତେ ଜିଲ୍ଲାପାଳଙ୍କ ଠାରେ ଉତ୍ତର ରଖିଥିଲେ । ବାସୁଦେବପୁର ବି.ଡ଼ି.ଓ. ସତ୍ୟଜିତ୍ ରାଉତ ଏବଂ ବ୍ଲକ୍ର ଅନ୍ୟ ଅଧିକାରୀ ବୃନ୍ଦ ଏହି ଶିବିର ପରିଚାଳନାରେ ଆନୁସଙ୍ଗିକ ସହଯୋଗ କରିଥିଲେ ।
