ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟିଲା ଅଟୋ : ଜଣେ ମୃତ, ୪ ଗୁରୁତର
ଭଦ୍ରକ : ଭଦ୍ରକ ଧାମନଗର ଅନ୍ତର୍ଗତ ଶିବବିନ୍ଧାରେ ଓଲଟିଲା ଅଟୋ । ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଭଦ୍ରକରୁ ଏକ ଯାତ୍ରୀବାହୀ ଅଟୋ ଧାମନଗର ଆସୁଥିଲା । ଅଟୋରେ ୫ ଜଣ ଯାତ୍ରୀ ଥିଲେ । ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟି ପଡିଥିଲା । ଦୁର୍ଘଟଣା ଖବର ପାଇ ଅଗ୍ନିଶମ ବାହିନୀ ଏବଂ ପୁଲିସ ଗୁରୁତରମାନଙ୍କୁ ଉଦ୍ଧାର କରି ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟମାନଙ୍କର ଚିକିତ୍ସା ଜାରି ରହିଛି । ଧାମନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଦୁର୍ଘଟଣାର କାରଣ ଖୋଜୁଛି ପୋଲିସ । ତେବେ ମୃତକ ଓ ସମସ୍ତ ଆହତ ଧାମନଗର ଅଞ୍ଚଳର ହୋଇଥିବା ସୂଚନା ମିଳିଥିବା ବେଳେ ପରିଚୟ ଅସ୍ପଷ୍ଟ ରହିଛି ।
