ଝାରସୁଗୁଡା ଜିଲା ସିନିୟର ଆନ୍ତଃ କ୍ଳବ କ୍ରିକେଟ୍ ଉଦ୍ଘାଟିତ
ଝାରସୁଗୁଡ଼ା : ଓଡିଶା କ୍ରିକେଟ ସଂଘର ଭିଜନ-୨୪ ଲକ୍ଷ୍ୟରେ ଝାରସୁଗୁଡ଼ା ଜିଲ୍ଳା କ୍ରିକେଟ ଆସୋସିଏନ ତରଫରୁ ସିନିୟର ବାଳକ ମାନଙ୍କର ଆନ୍ତଃ କ୍ଳବ କ୍ରିକେଟ ମ୍ୟାଚ ବୁଧବାର ଜିଲ୍ଳାର ବ୍ରଜରାଜନଗର ଓ ଝାରସୁଗୁଡ଼ା ଆରମ୍ଭ ହୋଇଛି ।
ଝାରସୁଗୁଡ଼ା ବିଟିଏମ ପଡିଆ ଠାରେ ଲିଗ ପ୍ରତିଯୋଗିତାକୁ ଝାରସୁଗୁଡା ପୌରପରିଷଦର କାର୍ଯ୍ୟ ନିବ୍ରାହୀ ଯନ୍ତ୍ରୀ ମନୋଜ କୁମାର ତାଣ୍ଡି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉଦ୍ଘାଟନ କରି ଥିବାବେଳେ ସମ୍ମାନୀତ ଅତିଥି ଭାବରେ ଝାରସୁଗୁଡା କ୍ରୀଡା ସଂଘର ସଂପାଦକ ତାପସ ରାୟ ଚଉଧୁରୀ, ବିଜୟ ବେହେରା ଉପ-ସଭାପତି ଜୀବନ ମହାନ୍ତି, କୋଷାଧକ୍ଷ ଗଣେଷ ନାୟକ,ଓ ଓଡିଶା କ୍ରିକେଟ ସଂଘର ସହ-ସଂପାଦକ ମେହେତାପ ଖାଁନ ଯୋଗ ଦେଇ ଖେଳାଳି ମାନଙ୍କ ସହିତ ପରିଚିତ ହୋଇ ଥିଲେ । ମୁଖ୍ୟ ଅତିଥି ଙ୍କୁ ଝାରସୁଗୁଡ଼ା ଜିଲ୍ଳା କ୍ରିକେଟ ଆସୋସିଏନ ତରଫରୁ ବାଲାଜି ସାକସେନା ପୁଷ୍ପଗଛ ପ୍ରଦାନ କରି ସମ୍ମାନୀତ କରି ଥିଲେ । ଝାରସୁଗୁଡ଼ା ଜିଲ୍ଳା କ୍ରିକେଟ ଆସୋସିଏନ ର ସଭାପତି ପ୍ରଜ୍ଜଲ ପଟେଲ, ଗୋପାଳ ଦର୍ତ, ଚନ୍ଦନ ମହାନ୍ତି ,ଯାହିଦ କୁରେସୀ ଓ ଶଙ୍କ୍ର ଦେବ ପ୍ରଭୃତି ଉପସ୍ଥିତ ଥିଲେ।

ବିଟିଏମ ପଡିଆରେ ଝାରୁସୁଗୁଡା ଗ୍ରିନ କ୍ରିକେଟ କ୍ଳବ ଓ ଫ୍ରଂଟଫୁଟ ମଧ୍ୟରେ ଅନୁଷ୍ଠିତ ହୋଇ ଥିଲା । ଝାରୁଗୁଡା ଗ୍ରିନ କ୍ରିକେଟ କ୍ଳବ ଟସ୍ ଜିତି ବ୍ୟାଟିଙ୍ଗ ନେଇ ୪୦ ଓଭରରେ ୨୪୮/୮ ରନ କରି ଥିବା ବେଳେ ଫ୍ରନ୍ଟଫୁଟ କ୍ରିକେଟ ଏକାଡେମୀ ୩ ୫ ଓଭରରେ ସମସ୍ତ ଉଇକେଟ ହରାଇ ୧୫୪ ରନ କରିଥିଲା । ଝାରୁସୁଗୁଡା ଗ୍ରିନ କ୍ରିକେଟ କ୍ଳବ ୯୪ ରେ ବିଜୟୀ ହୋଇ ଥିଲା । ଝାରୁସୁଗୁଡା ଗ୍ରିନ କ୍ରିକେଟ କ୍ଳବ ଆଦିତ୍ୟ ରଞନ ମିଶ୍ର ୯୧ ରନ କରିବା ସହିତ ଦୁଇଟି ଉଇକେଟ ନେଇ ମ୍ୟାନ ଅଫ ଦି ମ୍ୟାଚ ହୋଇ ଅପରାହ୍ନ ରେ ଅତିଥି ହୋଇ ଥିବା ଚନ୍ଦନ ମହାନ୍ତି ଙ୍କ ଠାରୁ ଟ୍ରଫି ଗହ୍ରଣ କରିଥିଲେ । ବ୍ରଜରାଜନଗର ଓରିଏଟ କୋଲିଆରି ପଡିଆ ଠାରେ ଆମ୍ବିସନ କ୍ରିକେଟ କ୍ଳବ ଓ ସାଇନିଙ୍ଗଷ୍ଟାର କ୍ରିକେଟ କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇ ଥିଲା । ଆମ୍ବିସନ କ୍ରିକେଟ କ୍ଳବ ଟସ୍ ଜିତି ବ୍ୟାଟିଙ୍ଗ ୪୪.୫ ଓଭର ରେ ୧୦ ଉଇକେଟ ହରାଇ ୨୭୬ ରନ କରିବାକୁ ସକ୍ଷମ ହୋଇ ଥିଲା । ସାଇନିଙ୍ଗଷ୍ଟାର କ୍ଳବ ମାତ୍ର ୨୮.୫ ଓଭର ରେ ସମସ୍ତ ଉଇକେଟ ହରାଇ ୧୩୫ ରନ କରି ଥିଲା । ଆମ୍ବିସନ କ୍ରିକେଟ କ୍ଳବ୧୪୧ ରେ ବିଜୟୀ ହୋଇଛି । ଆମ୍ବିସନ କ୍ରିକେଟ କ୍ଳବର ହରଶଲ ଏ ଭୋୟର ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ । ଏହି ଖେଳ ଗୁଡିକରେ ଆମ୍ପାୟର ଭାବରେ ବିନୟ ପ୍ରସାଦ, ଅନିରୁଦ୍ଦ କେଓ୍ୟାଟ, ବିଭୂତି ପାତ୍ର, ପି ଅଶୋକ ରହି ଥିବା ଅନଲାଇନ ସ୍କୋରର କୁମାରୀ ନିଷ୍ଠା ଦର୍ତ, ନାସିର ମଲ୍ଳିକ ଓ ରିତେଶ ସିନ୍ନା ସ୍କୋରର ଭାବରେ ରହିଥିଲେ ।
