ଆଇସିସି କଲା ଘୋଷଣା : ବିଶ୍ୱକପ ୨୦୨୨ ର ପ୍ରଥମ ମ୍ୟାଚରେ ପାକିସ୍ତାନକୁ ଭେଟିବ ଭାରତ
ନୂଆଦିଲ୍ଲୀ : ଆସନ୍ତା ବର୍ଷ ୬ ମାର୍ଚ୍ଚରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଇସିସି ମହିଳା କ୍ରିକେଟ୍ ବିଶ୍ୱକପ୍ ୨୦୨୨ ଖେଳାଯିବ । ୬ ମାର୍ଚ୍ଚରେ ବାଇ ଓଭାଲ ତୌରଙ୍ଗାଠାରେ ଉଭୟ ଭାରତ ଏବଂ ପାକିସ୍ତାନ ପରସ୍ପର ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବେ । ନିକଟରେ ଅନୁଷ୍ଠିତ ପୁରୁଷ ଟି-୨୦ ବିଶ୍ୱକପରେ ମଧ୍ୟ ଭାରତ ଏବଂ ପାକିସ୍ତାନ ପରସ୍ପର ବିପକ୍ଷରେ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ମ୍ୟାଚ୍ ଖେଳିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ଅଷ୍ଟ୍ରେଲିଆ ଚାମ୍ପିୟନ ହୋଇଥିଲା ।
ଆଇସିସି ମହିଳା ବିଶ୍ୱକପ ୨୦୨୨ ଏକ ରାଉଣ୍ଡ ରୋବିନ ଫର୍ମାଟରେ ଖେଳାଯିବ, ଯେଉଁଠାରେ ସମସ୍ତ ୮ ଦଳ ଥରେ ମୁହାଁମୁହିଁ ହେବେ । ଲିଗ୍ର ଶ୍ରେଷ୍ଠ ୪ଟି ଦଳ ମଧ୍ୟରେ ସେମିଫାଇନାଲ ମ୍ୟାଚ୍ ଖେଳାଯିବ । ବିଶ୍ୱକପ୍ର ପ୍ରଥମ ସେମିଫାଇନାଲ ମ୍ୟାଚ୍ ୱେଲିଙ୍ଗଟନରେ ୩୦ ମାର୍ଚ୍ଚରେ ଖେଳାଯିବ । ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ୩୧ ମାର୍ଚ୍ଚରେ ହାଗଲି ଓଭାଲରେ ଖେଳାଯିବ । ଆଇସିସି ମହିଳା ବିଶ୍ୱକପ୍ ୨୦୨୨ ଟାଇଟଲ୍ ମ୍ୟାଚ୍ ୩ ଏପ୍ରିଲରେ ଖେଳାଯିବ ।
ମହିଳା ବିଶ୍ୱକପ ୨୦୨୨ ରେ ସମୁଦାୟ ୮ ଟି ଦଳ ଅଂଶଗ୍ରହଣ କରିବେ । ଫାଇନାଲ୍ ସମେତ ସମସ୍ତଙ୍କ ମଧ୍ୟରେ ମୋଟ ୩୧ ଟି ମ୍ୟାଚ୍ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟ ମଧ୍ୟ ମୋଟ ୩୧ ଦିନ ଧରି ଚାଲିବ । ସମସ୍ତ ମ୍ୟାଚ୍ କେବଳ ୬ ଟି ସ୍ଥାନରେ ଖେଳାଯିବ । ଏହି ସ୍ଥାନଗୁଡ଼ିକ ହେଉଛି ଅକଲ୍ୟାଣ୍ଡ, ଖ୍ରୀଷ୍ଟଚର୍ଚ୍ଚ, ଡ୍ୟୁନିଡେନ୍, ହାମିଲଟନ୍, ତୌରଙ୍ଗା ଏବଂ ୱେଲିଙ୍ଗଟନ୍ । ଏହି ଟୁର୍ଣ୍ଣାମେଣ୍ଟ ରାଉଣ୍ଡ ରୋବିନ ଫର୍ମାଟରେ ଖେଳାଯିବ । ସମସ୍ତ ଦଳ ପରସ୍ପର ବିପକ୍ଷରେ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିବେ । ଶ୍ରେଷ୍ଠ ୪ ଟି ଦଳ ସେମିଫାଇନାଲରେ ପ୍ରବେଶ କରିବେ । ଏହାପରେ ଫାଇନାଲ ହେବ । ସେମିଫାଇନାଲ ଏବଂ ଫାଇନାଲ ପାଇଁ ରିଜର୍ଭ ଡେ ରଖାଯାଇଛି । ଫାଇନାଲ୍ ଖ୍ରୀଷ୍ଟଚର୍ଚ୍ଚରେ ହେବ । ମାର୍ଚ୍ଚ ୪ ରେ ଟୁର୍ଣ୍ଣାମେଣ୍ଟର ଓପନିଂ ମ୍ୟାଚ୍ ନ୍ୟୁଜିଲ୍ୟାଣ୍ଡ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ହେବ ।
ମହିଳା କ୍ରିକେଟ୍ ବିଶ୍ୱକପ୍ ୨୦୨୨ ପାଇଁ ଭାରତର କାର୍ଯ୍ୟସୂଚୀ :
ମାର୍ଚ୍ଚ ୬ ରେ ପାକିସ୍ତାନକୁ ଭେଟିବ
ମାର୍ଚ୍ଚ ୧୦ ରେ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ
ମାର୍ଚ୍ଚ ୧୨ ରେ ୱେଷ୍ଟଇଣ୍ଡିଜକୁ ଭେଟିବ
ମାର୍ଚ୍ଚ ୧୬ ରେ ଇଂଲଣ୍ଡକୁ ଭେଟିବ
ମାର୍ଚ୍ଚ ୧୯ ରେ ଅଷ୍ଟ୍ରେଲିଆକୁ ଭେଟିବ
ମାର୍ଚ୍ଚ ୨୨ ରେ ବାଂଲାଦେଶକୁ ଭେଟିବ
ମାର୍ଚ୍ଚ ୨୭ ରେ ଦକ୍ଷିଣ ଆଫ୍ରିକାକୁ ଭେଟିବ
