ଜିଲା ସିନିୟର ଆନ୍ତଃ କ୍ଳବ କ୍ରିକେଟ୍ ୨ୟ ଦିନ : ଝାରୁସୁଗୁଡା ଶିକ୍ଷା କ୍ରିକେଟ କ୍ଳବ ବିଜୟୀ
ଝାରସୁଗୁଡ଼ା : ଓଡ଼ିଶା କ୍ରିକେଟ ସଂଘର ଭିଜନ-୨୪ ଲକ୍ଷ୍ୟରେ ଝାରସୁଗୁଡ଼ା ଜିଲା କ୍ରିକେଟ ଆସୋସିଏନ ତରଫରୁ ସିନିୟର ବାଳକ ମାନଙ୍କର ଆନ୍ତଃ କ୍ଳବ କ୍ରିକେଟ ମ୍ୟାଚ ଝାରସୁଗୁଡ଼ା ବିଟିଏମ ପଡିଆ ଠାରେ ୨ ୟ ଦିନରେ ଝାରସୁଗୁଡା ପୂର୍ତ ବିଭାଗ ଯନ୍ତ୍ରୀ ପ୍ରଦିପ୍ତ କୁମାର ନାଥ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଖେଳାଳି ମାନଙ୍କ ସହିତ ପରିଚିତ ହୋଇ ଥିଲେ । ମୁଖ୍ୟଅତିଥିଙ୍କୁ ଝାରସୁଗୁଡ଼ା ଜିଲା କ୍ରିକେଟ ଆସୋସିଏନ ତରଫରୁ ସଭାପତି ପ୍ରଜ୍ଜଲ ପଟେଲ ପୁଷ୍ପଗଛ ପ୍ରଦାନ କରି ସମ୍ମାନୀତ କରିଥିଲେ । ଝାରସୁଗୁଡ଼ା ଜିଲା କ୍ରୀଡା ସଂଘର ଉପ-ସଭାପତି ଜୀବନ ମହାନ୍ତି, ଓଡିଶା କ୍ରିକେଟ ସଂଘର ସହ-ସଂପାଦକ ମେହେତାପ ଖାଁନ ଝାରସୁଗୁଡ଼ା ଜିଲା କ୍ରିକେଟ ଆସୋସିଏନର ଗୋପାଳ ଦତ, ଚନ୍ଦନ ମହାନ୍ତି, ଯାହିଦ କୁରେସୀ ଓ ଶଙ୍କ୍ର ଦେବ ପ୍ରଭୃତି ଉପସ୍ଥିତ ଥିଲେ ।
ଝାରୁସୁଗୁଡା ଶିକ୍ଷା କ୍ରିକେଟ କ୍ଳବ ଓ ସ୍ପୋଟସ୍ ଆଇକନ କ୍ଳବ ମଧ୍ୟରେ ବିଟିଏମ ପଡିଆରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଝାରୁସୁଗୁଡା ଶିକ୍ଷା କ୍ରିକେଟ କ୍ଳବ ଟସ୍ ଜିତି ବ୍ୟାଟିଙ୍ଗ ନେଇ ୨୮ଓଭରରେ ସମସ୍ତ ଉଇକେଟ ହରାଇ ୧୫୬ ରନ କରି ଥିବା ବେଳେ ସ୍ପୋଟସ୍ ଆଇକନ କ୍ଳବ ୨୯.୩ ଓଭରରେ ସମସ୍ତ ଉଇକେଟ ହରାଇ ମାତ୍ର ୧୩୭ ରନ କରିଥିଲା । ଝାରୁସୁଗୁଡା ଶିକ୍ଷା କ୍ରିକେଟ କ୍ଳବ ୧୯ ରେ ବିଜୟୀ ହୋଇ ଥିଲା । ଝାରୁସୁଗୁଡା ଶିକ୍ଷା କ୍ରିକେଟ କ୍ଳବ ର ରିତିବିନ ସିଂ ଦୁଇଟି ଉଇକେଟ ନେଇ ୩୬ ରନ କରି ଅତିଥି ଙ୍କ ଠାରୁ ମ୍ୟାନ ଅଫ ଦି ମ୍ୟାଚ ଟ୍ରଫି ଗହ୍ରଣ କରିଥିଲେ । ବ୍ରଜରାଜନଗର ଓରିଏଟ କୋଲିଆରି ପଡିଆ ଠାରେ ପୋଗ୍ରେଶିଭ ଆସୋସିଏସନ ଝାରସୁଗୁଡା ଓ ଲିଓ ୟୁଥ କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇ ଥିଲା । ପୋଗ୍ରେଶିଭ ଆସୋସିଏସନ ର ସନ୍ତୋଷ ଯାଦବ ୧୩୫ ବଲ ଖେଳି ୧୦୦ ରନ କରି ନଟ୍ ଆଉଟ ରହି ଥିଲେ । ୧୦୦ ରନରେ ୫ଟି ଚଉକା ଓ ଗୋଟିଏ ଛକା ମାରି ଥିଲେ । ତାଙ୍କ ଦଳ ୫୦ ଓଭର ରେ ୬ ଉଇକେଟ ହରାଇ ୨୭୧ ରନ କରି ଥିବା ବେଳେ ଲିଓ ୟୁଥ କ୍ଳବ ୨୯.୫ ଓଭର ରେ ସମସ୍ତ ଉଇକେଟ ହରାଇ ୧୮୯ ରନ କରିବାକୁ ସକ୍ଷମ ହୋଇ ଥିଲା । ପୋଗ୍ରେଶିଭ ଆସୋସିଏସନ ଝାରସୁଗୁଡା ୮୨ ରନରେ ବିଜୟୀ ହୋଇ ଥିଲା । ପୋଗ୍ରେଶିଭ ଆସୋସିଏସନ ର ଅନିଲ କୁମାର ବୁଡା ୩୧ ରନ କରିବା ସହିତ ୩ ଉଇକେଟ ନେଇ ଅତିଥିଙ୍କ ଠାରୁ ମ୍ୟାନ ଅଫ ଦି ମ୍ୟାଚ ଟ୍ରଫି ଗହ୍ରଣ କରି ଥିଲେ । ଏହି ଖେଳ ଗୁଡିକରେ ଆମ୍ପାୟର ଭାବରେ ବିନୟ ପ୍ରସାଦ, ଅନିରୁଦ୍ଦ କେଓ୍ୟାଟ, ବିଭୂତି ପାତ୍ର, ପି. ଅଶୋକ ରହି ଥିବା ଅନ ଲାଇନ ସ୍କୋର ର କୁମାରୀ ନିଷ୍ଠା ଦର୍ତ, ନାସିର ମଲ୍ଳିକ ଓ ରିତେଶ ସିନ୍ନା ସ୍କୋରର ଭାବରେ ରହିଥିଲେ ।


