ଘର ଉପରେ ଚଢଉ : ୧୦୨ କେଜି ଗଞ୍ଜେଇ ଜବତ, ଜଣେ ଗିରଫ
ଜୟପୁର : ଜୟପୁର ସଦର ପୋଲିସ ଘର ଉପରେ ଚଢଉ କରି ୧୦୨ କେଜି ଗଞ୍ଜେଇ ଜବତ କରିଛି । ଏହି ମାମଲାରେ ଜଣକୁ ଗିରଫ କରିଛି । ପୋଲିସର ସୂଚନା ଅନୁଯାୟୀ, ଜୟପୁର ସଦର ପୋଲିସ ପେଟ୍ରୋଲିଂ କରୁଥିବା ବେଳେ କୋରାପୁଟରେ ଜଣକଙ୍କ ଘରେ ଗଞ୍ଜେଇ ରହିଥିବା ସୂଚନା ପାଇଥିଲା । ପୋଲିସ ମାଜିଷ୍ଟେଟ ଉପସ୍ଥିତିରେ କୋରାପୁଟର ମଦନ ହରିଜନ ଘରେ ଚଢଉ କରିଥିଲେ । ଚଢଉ କରି ୧୦୨ କେଜି ଗଞ୍ଜେଇ ଜବତ କରିଥିଲା । ଗିରଫ ଅଭିଯୁକ୍ତ ଜଣକ ହେଲା ଜୟପୁର ସଦର ଥାନା ଆନ୍ତର୍ଗତ କେରାପୁଟର ମଦନ ହରିଜନ ଓରଫ ଟାକରି (୨୫) । ଜବତ ଗଞ୍ଜେଇ ବାହାର ରାଜ୍ୟକୁ ଚାଲାଣ ହେବା ନେଇ ରଖାଯାଇଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି । ଅଭିଯୁକ୍ତ ମଦନର ଘରୁ ଗଞ୍ଜେଇ ଜବତ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ସଦର ଥାନା ଅଧିକାରି ଇଶ୍ୱର ତାଣ୍ଡି ସୂଚନା ଦେଇଛନ୍ତି ।
