ଆଇପିଏଲ-୨୦୨୩ ପାଇଁ ଫାଇନାଲ ହେଲେ ସମସ୍ତ ଦଳର ଅଧିନାୟକ, ଜାଣନ୍ତୁ କିଏ ନେବ କେଉଁ ଟିମର ନେତୃତ୍ୱ?
ମୁମ୍ବାଇ : ଆସନ୍ତା ମାର୍ଚ୍ଚ ୩୧ରୁ ଆରମ୍ଭ ହେବାକୁ ଯାଉଛି ୧୬ତମ ଆଇପିଏଲ ସଂସ୍କରଣ। ଦିନ ପାଖେଇ ଆସୁଥିବା କ୍ରିକେଟପ୍ରେମୀଙ୍କ ଠାରୁ ଆରମ୍ଭ କରି ସମସ୍ତ ଆଇପିଏଲ ଦଳ ଏହି ଟି-୨୦ ଲିଗ ମୁକାବିଲା ପାଇଁ ପ୍ରସ୍ତୁତି କରି ସାରିଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସ ସମେତ ସମସ୍ତ ଦଳ ସେମାନଙ୍କ ଅଧିନାୟକ ଘୋଷଣା କରିଛନ୍ତି। ରୋହିତ ଶର୍ମା ଏବଂ ମହେନ୍ଦ୍ର ସିଂହ ଧୋନିଙ୍କ ପରି ଖେଳାଳି ନିଜ ଦଳର ଅଧିନାୟକ ପଦରେ ରହିବେ। ଏହା ସହିତ, ଚଳିତ ଆଇପିଏଲ୍ ସଂସ୍କରଣରେ, ଅନେକ ଦଳର ଅଧିନାୟକ ପରିବର୍ତ୍ତନ ହୋଇଥିବା ଦେଖାଯିବ। ଆଇପିଏଲ ମୁକାବିଲାର ସବୁଠାରୁ ସଫଳ ଦଳ ମୁମ୍ବାଇ ଇଣ୍ଡିଆନ୍ସ ନେତୃତ୍ୱ ପୁନର୍ବାର ରୋହିତ ଶର୍ମାଙ୍କ ହାତରେ ରହିବ। ଅନ୍ୟପଟେ ମହେନ୍ଦ୍ର ସିଂହ ଧୋନି ପୁଣି ଥରେ ଚେନ୍ନାଇ ସୁପର କିଙ୍ଗ୍ସ ନେତୃତ୍ୱ ନେବେ।
ହାର୍ଦ୍ଦିକ ପାଣ୍ଡ୍ୟା ଗୁଜୁରାଟ ଟାଇଟାନ୍ସ ଦଳର ଅଧିନାୟକ ରହିବେ। ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଗୁଜୁରାଟ ଟାଇଟାନ୍ସ ୨୦୨୨ ଆଇପିଏଲ୍ ଟାଇଟଲ ହାତେଇଛି। ଗତ ଥରର ଆଇପିଏଲ୍ ସଂସ୍କରଣରେ ଗୁଜୁରାଟ ଟାଇଟାନ୍ସ ପ୍ରଥମେ ହି ଟି-୨୦ ଲିଗ ମୁକାବିଲାରେ ସାମିଲ ହୋଇଥିଲା। ଏହା ସହିତ ଫାଫ ଡୁ ପ୍ଲେସିସ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳର ଅଧିନାୟକ ହେବେ। ଫାଫ୍ ଡୁ ପ୍ଲେସିସ୍ ଗତ ଥରର ଆଇପିଏଲ୍ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳର ଅଧିନାୟକ ଥିଲେ। ରାଜସ୍ଥାନ ରୟାଲ୍ସ ଦଳର ଅଧନାୟକତ୍ୱ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମସନ କରିବେ। ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ନେତୃତ୍ୱ କେ.ଏଲ୍ ରାହୁଲଙ୍କ ହାତରେ ରହିବ।
ଏହା ସହିତ କୋଲକାତା ନାଇଟ୍ ରାଇଡର୍ସ ନୀତୀଶ ରାଣାଙ୍କୁ ଆଇପିଏଲ୍ ୨୦୨୩ ପାଇଁ ଅଧିନାୟକ ଭାବରେ ନିଯୁକ୍ତ କରିଛି। ଶ୍ରେୟାସ୍ ଆୟର ଆହତ ହୋଇଛନ୍ତି। ଏହି କାରଣରୁ ସେ ଆଇପିଏଲ୍ ୨୦୨୩ ସଂସ୍କରଣରେ ଖେଳିବାକୁ ସମର୍ଥ ହେବେ ନାହିଁ। କୋଲକାତା ନାଇଟ୍ ରାଇଡର୍ସ ଶ୍ରେୟସ୍ ଆୟରଙ୍କ ସ୍ଥାନରେ ନୀତୀଶ ରାଣାଙ୍କୁ ଦଳର ଅଧିନାୟକ କରିପାରିଛି। ପଞ୍ଜାବ କିଙ୍ଗ୍ସ ନେତୃତ୍ୱ ଶିଖର ଧାୱନଙ୍କ ହାତରେ ରହିବ। ସନରାଇଜର୍ସ ହାଇଦ୍ରାବାଦ ଏଡେନ ମାକ୍ରମଙ୍କୁ ଦଳର ଅଧିନାୟକ କରିଛି। ଏଥିପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଭୂମିକାରେ ଡେଭିଡ ୱାର୍ନରଙ୍କୁ ଦେଖିବାକୁ ମିଳିବ।
କେଉଁ ଦଳର ନେତୃତ୍ୱ ନେବେ କିଏ ଜାଣନ୍ତୁ :
ଚେନ୍ନାଇ ସୁପର କିଙ୍ଗ୍ସ : ମହେନ୍ଦ୍ର ସିଂହ ଧୋନୀ
ଦିଲ୍ଲୀ କ୍ୟାପିଟାଲ୍ସ : ଡେଭିଡ ୱାର୍ଣ୍ଣର
ଗୁଜୁରାଟ ଟାଇଟନ୍ସ : ହାର୍ଦ୍ଦିକ ପାଣ୍ଡ୍ୟା
କୋଲକାତା ନାଇଟ ରାଇଡର୍ସ : ନୀତିଶ ରାଣା
ଲକ୍ଷ୍ନୌ ସୁପର ଜାଏଣ୍ଟସ୍ : କେଏଲ ରାହୁଲ
ମୁମ୍ବାଇ ଇଣ୍ଡିଆନ୍ସ : ରୋହିତ ଶର୍ମା
ପଞ୍ଜାବ କିଙ୍ଗ୍ସ : ଶିଖର ଧାୱନ
ରାଜସ୍ଥାନ ରୟାଲ୍ସ : ସଞ୍ଜୁ ସାମସନ
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର : ଫାଫ୍ ଡୁ ପ୍ଲେସିସ୍
ସନରାଇଜର୍ସ ହାଇଦ୍ରବାଦ : ଏଡେନ ମାକ୍ରମ
