ଆଇପିଏଲ-୨୦୨୩ : ଜାଣନ୍ତୁ କେଉଁ ଦଳର ମ୍ୟାଚ ଦେଖିବାକୁ ହେଲେ କେତେ ଟଙ୍କା ଦେବାକୁ ହେବ
ମୁମ୍ବାଇ : ଆସନ୍ତା ମାର୍ଚ୍ଚ ୩୧ରୁ ଆରମ୍ଭ ହେବାକୁ ଯାଉଛି ୧୬ତମ ଆଇପିଏଲ ସଂସ୍କରଣ। ଚଳିତ ସଂସ୍କରଣରେ ମୋଟ ୧୦ ଦଳ ମଧ୍ୟରେ ଅନୁଷ୍ଠିତ ହେବ ମୁକାବିଲା। ଏଥର ଉଦଘାଟନୀ ମ୍ୟାଚ ଗତ ଥରର ଚାମ୍ପିଅନ ଗୁଜୁରାଟ ଟାଇଟନ୍ସ ଏବଂ ପୂର୍ବତନ ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଅନୁଷ୍ଠିତ ହେବ। ଏହି ମ୍ୟାଚ ଅହମ୍ମଦାବାଦସ୍ଥିତ କ୍ରିକେଟ ଷ୍ଟାଡିୟମ ଠାରେ ଖେଳାଯିବ।
ଚଳିତ ୧୬ତମ ସଂସ୍କରଣରେ ଆଇପିଏଲ ମ୍ୟାଚ ପୁରୁଣା ହୋମ ଗ୍ରାଉଣ୍ଡ ସହିତ ଆବେ ଫର୍ମାଟ ଆଧାରରେ ଖେଳାଯିବ। ଅର୍ଥାତ ପ୍ରତ୍ୟେକ ଆଇପିଏଲ ଟିମ ନିଜ ହୋମ ଗ୍ରାଉଣ୍ଡ ବ୍ୟତୀତ ଅନ୍ୟ ସହରରେ ମଧ୍ୟ ମ୍ୟାଚ ଖେଳିବ। କ୍ରିକେଟ ପ୍ରେମୀ ନିଜ ନିଜ ପସନ୍ଦର କ୍ରିକେଟ ଖେଳାଳୀଙ୍କୁ ଷ୍ଟାଡିୟମ ଠାରେ ଦେଖିବାକୁ ଉତ୍ସାହିତ ହୋଇ ଉଠିଛନ୍ତି।
ଚଳିତ ବର୍ଷ ୩୧ ମାର୍ଚ୍ଚରୁ ଆରମ୍ଭ ହେଉଥିବା ଆଇପିଏଲ ମ୍ୟାଚ ଲାଗି ଟିକେଟ ବିକ୍ରି ଆରମ୍ଭ ହୋଇଯାଇଛି। ଆପଣ ଅନଲାଇନ ମାଧ୍ୟମରେ ଟିକେଟ କିଣିପାରିବେ। ଆଇପିଏଲ ମ୍ୟାଚ ଦେଖିବା ପାଇଁ କିକ୍ରେଟ ପ୍ରେମୀ ପେଟିଏମ ଇନସାଇଡର ଆପ୍ କିମ୍ବା ଆଇପିଏଲ ୱେବସାଇଟ ପରିଦର୍ଶନ କରି ଅନଲାଇନ ଟିକେଟ ବୁକ କରିପାରିବେ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଥର ଆଇପିଏଲ ମ୍ୟାଚ ଦେଖିବା ଲାଗି ପ୍ରତ୍ୟେକ ସହରର କ୍ରିକେଟ ପ୍ରେମୀଙ୍କୁ ଅଲଗା ଅଲଗା ମୂଲ୍ୟ ପ୍ରଦାନ କରିବାକୁ ହେବ। ସବୁଠାରୁ ଶସ୍ତା ଟିକେଟ ଗୁଜୁରାଟ ଟାଇଟନ୍ସ ମ୍ୟାଚ ସମୟରେ ମିଳିବ। ଏହି ଆଇପିଏଲ ଦଳର ହୋମ ଗ୍ରାଉଣ୍ଡ ହେଉଛି ଅହମ୍ମଦାବାଦ କ୍ରିକେଟ ଷ୍ଟାଡିୟମ। ଗୁଜୁରାଟ ଟାଇଟନ୍ସ ମ୍ୟାଚ ଲାଗି ଟିକେଟ ମୂଲ୍ୟ ହେଉଛି ୪୦୦।
ଗୁଜୁରାଟ ଟାଇଟନ୍ସ ବ୍ୟତୀତ ସନରାଇଜର୍ସ ହାଇଦ୍ରାବାଦ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସମ୍ୟାଚ ଲାଗି ଟିକେଟ ମୂଲ୍ୟ ଅନ୍ୟ ଦଳ ଅପେକ୍ଷା ଶସ୍ତା ରହିଛି। ଚଳିତ ଆଇପିଏଲ ସଂସ୍କରଣରେ ମୋଟ ୭୦ ଲିଗ ମୁକାବିଲା ଖେଳାଯିବ। ଏହା ପରେ ଚାରୋଟି ପ୍ଲେ ଅଫ୍ ମ୍ୟାଚ ଖେଳାଯିବ। ଫଇନାଲ ମ୍ୟାଚ ଆସନ୍ତା ମେ ୨୮ ତାରିଖରେ ଅହମ୍ମଦାବାଦ କ୍ରିକେଟ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବ।
ଜାଣନ୍ତୁ କେଉଁ ଦଳର ମ୍ୟାଚ ଦେଖିବାକୁ ଦେବାକୁ ହେବ କେତେ ଟଙ୍କା :
*ଗୁଜରାଟ ଟାଇଟନ୍ସ ଦଳର ହୋମଗ୍ରାଉଣ୍ଡ ହେଉଛି ଅହମ୍ମଦାବାଦ। ଗୁଜରାଟ ଟାଇଟନ୍ସ ମ୍ୟାଚ ଦେଖିବାକୁ ହେଲେ ୪୦୦ ଟଙ୍କା ଦେବାକୁ ହେବ।
*ସନରାଇଜର୍ସ ହାଇଦ୍ରାବଦ ଦଳର ହୋମଗ୍ରାଉଣ୍ଡ ହେଉଛି ହାଇଦ୍ରାବାଦ। ସନରାଇଜର୍ସ ହାଇଦ୍ରାବଦ ମ୍ୟାଚ ଦେଖିବାକୁ ହେଲେ ୪୯୯ ଟଙ୍କା ଦେବାକୁ ହେବ।
*ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଦଳର ହୋମଗ୍ରାଉଣ୍ଡ ହେଉଛି ଲକ୍ଷ୍ନୌ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ମ୍ୟାଚ ଦେଖିବାକୁ ହେଲେ ୪୯୯ ଟଙ୍କା ଦେବାକୁ ହେବ।
*କୋଲକାତା ନାଇଟ ରାଇଡର୍ସ ଦଳର ହୋମଗ୍ରାଉଣ୍ଡ ହେଉଛି କୋଲକାତା। କୋଲକାତା ନାଇଟ ରାଇଡର୍ସ ମ୍ୟାଚ ଦେଖିବାକୁ ହେଲେ ୭୫୦ ଟଙ୍କା ଦେବାକୁ ହେବ।
*ପଞ୍ଜାବ କିଙ୍ଗ୍ସ ଦଳର ହୋମଗ୍ରାଉଣ୍ଡ ହେଉଛି ମୋହାଲି। ପଞ୍ଜାବ କିଙ୍ଗ୍ସ ମ୍ୟାଚ ଦେଖିବାକୁ ହେଲେ ୯୫୦ ଟଙ୍କା ଦେବାକୁ ହେବ।
*ରାଜସ୍ଥାନ ରୟାଲ୍ସ ଦଳର ହୋମଗ୍ରାଉଣ୍ଡ ହେଉଛି ଗୌହାଟି ଏବଂ ଜୟପୁର। ରାଜସ୍ଥାନ ରୟାଲ୍ସ ମ୍ୟାଚ ଦେଖିବାକୁ ହେଲେ ୧୦୦୦ ଟଙ୍କା ଦେବାକୁ ହେବ।
*ଦିଲ୍ଲୀ କ୍ୟାପିଟାଲ୍ସ ଦଳର ହୋମଗ୍ରାଉଣ୍ଡ ହେଉଛି ଦିଲ୍ଲୀ। ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ ଦେଖିବାକୁ ହେଲେ ୧୨୫୦ ଟଙ୍କା ଦେବାକୁ ହେବ।
*ଚେନ୍ନାଇ ସୁପର କିଙ୍ଗ୍ସ ଦଳର ହୋମଗ୍ରାଉଣ୍ଡ ହେଉଛି ଚେନ୍ନାଇ। ଚେନ୍ନାଇ ସୁପର କିଙ୍ଗ୍ସ ମ୍ୟାଚ ଦେଖିବାକୁ ହେଲେ ୧୫୦୦ ଟଙ୍କା ଦେବାକୁ ହେବ।
*ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳର ହୋମଗ୍ରାଉଣ୍ଡ ହେଉଛି ବାଙ୍ଗାଲୋର। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମ୍ୟାଚ ଦେଖିବାକୁ ହେଲେ ୨୪୦୫ ଟଙ୍କା ଦେବାକୁ ହେବ।
