ଆଇପିଏଲ-୨୦୨୩ ଉଦଘାଟନୀ ସମାରୋହ : କେବେ, କେଉଁଠି ଓ କେମିତି ଦେଖିବେ ଲାଇଭ, ଯୋଗେ ଦେବେ କେଉଁ ତାରକା? ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ
ମୁମ୍ବାଇ : ଆସନ୍ତା ମାର୍ଚ୍ଚ ୩୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ୧୬ତମ ଆଇପିଏଲ ସଂସ୍କରଣ। ଏଥର ଆଇପିଏଲ ସଂସ୍କରଣର ଉଦଘାଟନୀ ମ୍ୟାଚ ଗତ ଥରର ବିଜେତା ଗୁଜୁରାଟ ଟାଇଟାନ୍ସ ଏବଂ ପୂର୍ବତନ ବିଜେତା ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଅନୁଷ୍ଠିତ ହେବ ଖେଳାଯିବ। ଗୁଜୁରାଟ ଦଳର ନେତତୃତ୍ୱ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ହାତରେ ରହିଥିବା ବେଳେ, ଚେନ୍ନାଇ ସୁପର କିଙ୍ଗ୍ସ କମାଣ ପୁଣି ଥରେ ମହେନ୍ଦ୍ର ସିଂହ ଧୋନିଙ୍କ ହାତରେ ରହିଛି।
ଏଥର ଆଇପିଏଲ ସଂସ୍କରଣର ପ୍ରଥମ ମ୍ୟାଚ୍ ମାର୍ଚ୍ଚ ୩୧ ତାରିଖ ଶୁକ୍ରବାର ଦିନ ଖେଳାଯିବ। ଏହି ମ୍ୟାଚ୍ ପୂର୍ବରୁ ପ୍ରତି ବର୍ଷ ଆଇପିଏଲ ଅବସରରେ ଅନୁଷ୍ଠିତ ହେଉଥିବା ଏକ ବିଶାଳକାୟ ଉଦଘାଟନୀ ଉତ୍ସବ ମଧ୍ୟ ପାଳନ କରାଯିବ। ଚଳିତ ଥରର ଆଇପିଏଲ୍ ସଂସ୍କରଣର ଉଦଘାଟନୀ ସମାରୋହ ଏବଂ ପ୍ରଥମ ମ୍ୟାଚ ସହ ଜଡ଼ିତ ସମସ୍ତ ବିବରଣୀ ଆପଣଙ୍କୁ ଜଣାଉଛୁ।
ଚଳିତ ବର୍ଷର ଆଇପିଏଲ୍ ସଂସ୍କରଣର ଉଦଘାଟନୀ ସମାରୋହ ମାର୍ଚ୍ଚ ୩୧ ତାରିଖରେ ଆୟୋଜିତ ହେବ। ଶୁକ୍ରବାର ୨୦୨୩ ଆଇପିଏଲ୍ ସଂସ୍କରଣର ପ୍ରଥମ ମ୍ୟାଚ୍ ଖେଳାଯିବ। ହେଲେ ଏହି ମ୍ୟାଚ ପୂର୍ବରୁ ସ୍ୱାଗତ ସମାରୋହ ଅନୁଷ୍ଠିତ ହେବ। ଏଥର ଆଇପିଏଲ ଉଦଘାଟନୀ ସମାରୋହରେ କେଉଁ ତାରକା ଅଭିନୟ କରିବେ ସେ ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ଖବର ମିଳିନାହିଁ। ହେଲେ କିଛି ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ରଶ୍ମିକା ମନ୍ଧାନା ଏବଂ ତମନ୍ନା ଭାଟିଆ ଉଦଘାଟନୀ ସମାରୋହରେ ଯୋଗ ଦେଇପାରନ୍ତି। ଅନ୍ୟ କେତେକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କ୍ୟାଟ୍ରିନା କୈଫ, ଟାଇଗର ଶ୍ରଫ ଏବଂ ଅରିଜିତ ସିଂହ ୨୦୨୩ ଆଇପିଏଲ ଉଦଘାଟନୀ ସମାରୋହରେ ଯୋଗ ଦେଇପାରନ୍ତି। ଏହି କାର୍ଯ୍ୟକ୍ରମ ଅହମ୍ମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବ।
୨୦୨୩ ଆଇପିଏଲ୍ ମୁକାବିଲାର ପ୍ରଥମ ମ୍ୟାଚ୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜୁରାଟ ଟାଇଟାନ୍ସ ଏବଂ ୪ ଥର ଆଇପିଏଲ୍ ଚାମ୍ପିଅନ୍ ମହେନ୍ଦ୍ର ସିଂହ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଅନୁଷ୍ଠିତ ହେବ। ଏହି ମ୍ୟାଚ୍ ଭାରତୀୟ ପ୍ରାମାଣିକ ସମୟ ସନ୍ଧ୍ୟା ସାଢେ ସାତଟାରୁ ଆରମ୍ଭ ହେବ। ଏହି ଦୁଇ ଦଳ ମଧ୍ୟରେ ଏ ପର୍ଯ୍ୟନ୍ତ ମୋଟ ଦୁଇଟି ମ୍ୟାଚ୍ ଖେଳାଯାଇଛି। ଉଭୟ ମୁକାବିଲାରେ ଗୁଜୁରାଟ ଟାଇଟନ୍ସ ପାଖରୁ ଚେନ୍ନାଇ ସୁପର କିଙ୍ଗ୍ସ ୩ ଏବଂ ୭ ୱିକେଟ ବ୍ୟବଧାନରେ ପରାସ୍ତ ହୋଇଛି। ଗତ ଥରର ସଂସ୍କରଣରେ ଗୁଜୁରାଟ ଟାଇଟନ୍ସ ଆଇପିଏଲ୍ ଟାଇଟଲ୍ ଜିତିଥିବାବେଳେ ଚେନ୍ନାଇ ସୁପର କିଙ୍ଗ୍ସପଏଣ୍ଟ ଟେବୁଲ ତାଲିକାରେ ଦଶମ ସ୍ଥାନ ମଧ୍ୟରୁ ନବମ ସ୍ଥାନରେ ରହିଥିଲା।

ଗୁଜୁରାଟ ଟାଇଟାନ୍ସ ଦଳ :
ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଅଭିନବ ମନୋହର, ଡେଭିଡ ମିଲର, ଶୁଭମନ ଗିଲ, ମାଥ୍ୟୁ ୱେଡ, ରିଦ୍ଧିମାନ ସାହା, ବି.ସାଇ ସୁଦର୍ଶନ, ଦର୍ଶନ ନାଲକଣ୍ଡେ, ଜୟନ୍ତ ଯାଦବ, ପ୍ରଦୀପ ସାଙ୍ଗୱାନ, ରାହୁଲ ତେୱାତିଆ, ଶିବମ ମାଭି, ବିଜୟ ଶଙ୍କର, ଅଲଜାରୀ ଜୋସେଫ, ମହମ୍ମଦ ଶାମି, ନୁର ଅହମ୍ମଦ, ସାଇ କିଶୋର, ରସିଦ ଖାନ, ୟଶ ଦୟାଲ, କେନ ୱିଲିୟମସନ, ଜୋଶୁଆ ଲିଟିଲ, ଓଡିଅନ ସ୍ମିଥ, ଉର୍ବିଲ ପଟେଲ, କେ.ଏସ ଭାରତ ଏବଂ ମୋହିତ ଶର୍ମା।
ଚେନ୍ନାଇ ସୁପର କିଙ୍ଗ୍ସଦଳ :
ମହେନ୍ଦ୍ର ସିଂହ ଧୋନୀ (ଅଧିନାୟକ), ଡେୱୋନ କନୱେ, ରୁତୁରାଜ ଗାୟକୱାଡ, ଶୁଭ୍ରାଂଶୁ ସେନାପତି, ଅମ୍ବାତି ରାୟୁଡୁ, ରବୀନ୍ଦ୍ର ଜାଡେଜା, ଡ୍ୱେନ ପ୍ରିଟୋରିଅସ, ମିଚେଲ ସାଣ୍ଟନର୍, କେ.ଭଗତ ଭର୍ମା, ମୋଇନ୍ ଅଲ୍ଲୀ, ରାଜଭାରନ୍ ହ୍ୟାଙ୍ଗରଗେକର, ଶିବମ ଦୁବେ, ଦୀପକ ଚାହର, ମହେଶ ଥିକଶାନା, ମୁକେଶ ଚୌଧୁରୀ, ପ୍ରଶାନ୍ତ ସୋଲାଙ୍କି, ସିମରଜୀତ ସିଂହ, ଅଜିଙ୍କ୍ୟ ରାହାଣେ, ତୁଷାର ଦେଶପାଣ୍ଡେ, ବେନ ଷ୍ଟୋକ୍ସ, ମଥିଶା ପଥିରାନା, ଶେଖ ରସିଦ, ନିଶାନ୍ତ ସିନ୍ଧୁ, କାଇଲ ଜୈମିସନ ଏବଂ ଅଜୟ ମଣ୍ଡଳ।
