ଷ୍ଟାଡିୟମରେ ପହଞ୍ଚିଲେ ଭାରତୀୟ ଖେଳାଳି : ଭିଡିଓ ସେୟାର କଲା ବିସିସିଆଇ
ଦୁବାଇ : ଆଜି ଗୋଟିଏ ଦିନରେ ଟି-୨୦ ବିଶ୍ୱକପରେ ଏସିଆର ୪ ଦେଶ ସାମ୍ନାସାମ୍ନି ହେଉଛନ୍ତି । ଗୋଟିଏ ପଟେ ବାଂଲାଦେଶ-ଶ୍ରୀଲଙ୍କା ମ୍ୟାଚ ଚାଲିଥିବା ବେଳେ ଆଉ ଗୋଟିଏ ପଟେ ଭାରତ-ପାକିସ୍ତାନ ମ୍ୟାଚକୁ ଅପେକ୍ଷା । ଆଉ ମାତ୍ର କିଛି ସମୟର ଅପେକ୍ଷା । ଆରମ୍ଭ ହେବ ମହା ମୁକାବିଲା । ଭାରତ-ପାକିସ୍ତାନ ମ୍ୟାଚ । ଟି-୨୦ ବିଶ୍ବକପରେ ମୁହାଁମୁହିଁ ହେବେ ଭାରତ-ପାକ୍ । ପାକିସ୍ତାନକୁ ମାତ୍ ଦେବାକୁ ପୁରାପୁରି ଭାବେ ତୟାର ମେନ୍ ଇନ୍ ବ୍ଲ୍ୟୁ । ଭାରତୀୟ ଖେଳାଳିମାନେ ହୋଟେଲରୁ ବାହାରି ଷ୍ଟାଡିୟମରେ ପହଞ୍ଚିଛନ୍ତି । ଖେଳାଳିମାନେ ହୋଟେଲରୁ ବାହାରୁଥିବାର ଭିଡିଓ ସେୟାର କରିଛି ବସିସିଆଇ ।
Off we go for our first match of #T20WorldCup #TeamIndia pic.twitter.com/VZp9FmDGC7
— BCCI (@BCCI) October 24, 2021
ଦୁବାଇ ଷ୍ଟାଡିୟମରେ ମହାମୁକାବିଲା ଦେଖିବା ପାଇଁ କ୍ରିକେଟ ପ୍ରେମୀ ଆତୁରତାର ସହ ଚାହିଁ ରହିଛନ୍ତି । ଭାରତରେ ଏବେ ପୁରା ଉତ୍ସବର ମାହୋଲ । ଦେଶର କୋଣ ଅନୁକୋଣରେ ଭାରତ ଜିତିବା ନେଇ କ୍ରିକେଟ ପ୍ରେମୀ ମାନସିକ କରିଥିବା ଦେଖିବାକୁ ମିଳିଛି ।
