ଟି-୨୦ ବିଶ୍ୱକପ : ବାଂଲାଦେଶ-ଶ୍ରୀଲଙ୍କା ମ୍ୟାଚରେ ପଡ଼ିଆ ମଝିରେ ଲିଟନ୍-ଲାହିରୁ ମୁହାଁମୁହିଁ
ସାରଜା : ଟି-୨୦ ବିଶ୍ୱକପ୍ର ସୁପର-୧୨ ଗ୍ରୁପ୍-୧ ମ୍ୟାଚ୍ରେ ରବିବାର ଶ୍ରୀଲଙ୍କା ଓ ବାଂଲାଦେଶ ମୁହାଁମୁହିଁ ହୋଇଛନ୍ତି। ଏହି ଖେଳରେ ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି, ଯେଉଁଥିରେ ବ୍ୟାଟସମ୍ୟାନ ଓ ବୋଲର ପରସ୍ପର ମଧ୍ୟରେ ଯୁକ୍ତିତର୍କ କରିବା ସହ କଥା ହାତାହାତି ପର୍ଯ୍ୟନ୍ତ ଚାଲି ଯାଇଛି। ବାଂଲାଦେଶ ବ୍ୟାଟସମ୍ୟାନ ଲିଟନ ଦାସ ଆଉଟ୍ ହେବା ପରେ ଯେତେବେଳେ କ୍ରିଜ୍ରୁ ପାଭିଲିୟନ ଯାଉଥିଲେ, ସେହି ସମୟରେ ଶ୍ରୀଲଙ୍କାର ବୋଲର ଲାହିରୁ କୁମାରଙ୍କ ସହ ମୁହାଁମୁହିଁ ହୋଇଥିଲେ। ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହେବାରୁ ବାଂଲାଦେଶର ଅନ୍ୟ ବ୍ୟାଟସମ୍ୟାନ ମହମ୍ମଦ ନଇମ ମଝିରେ ପଶି ଲାହିରୁ କୁମାରଙ୍କୁ ଧକ୍କା ଦେଇଥିଲେ। କିଛି ସେକେଣ୍ଡରେ ଅମ୍ପାୟର ଏବଂ ଅନ୍ୟ ଖେଳାଳି ପହଞ୍ଚି ଦୁହିଁଙ୍କୁ ଅଲଗା କରିଥିଲେ। ଶ୍ରୀଲଙ୍କାର ବୋଲର ଲାହିରୁ କୁମାର ରବିବାର ଖେଳାଯାଇଥିବା ଏହି ମୁକାବିଲାରେ ପୂରା ଆକ୍ରୋଶରେ ନଜର ଆସିଥିଲେ। ଏହି ହାତାହାତି ପୂର୍ବରୁ ମଧ୍ୟ କୁମାର ରାଗରେ ନୋ ବଲ୍ ପକାଇଥିଲେ, ଯାହା ସିଧା ଓ୍ଵିକେଟ୍ ପାଖରେ ପଡିଥିଲା।
ଗଣମାଧ୍ୟମ ରିପୋର୍ଟ ଅନୁସାରେ ବାଂଲାଦେଶର ବ୍ୟାଟ୍ସମ୍ୟାନ ଲିଟନ ଦାସଙ୍କ ୱିକେଟ ଯିବା ପରେ ଶ୍ରୀଲଙ୍କାର ବୋଲର ଲାହିରୁ କୁମାର ତାଙ୍କୁ କିଛି ଅକ୍ଷେପ କରି କହିଥିଲେ । ଯେଉଁଥିପାଇଁ ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଥିଲା । ଏହାପରେ ବାଂଲାଦେଶର ବ୍ୟାଟ୍ସମ୍ୟାନ ମହମ୍ମଦ ନଇମ ସାମ୍ନାକୁ ଆସି ଲାହିରୁ କୁମାରଙ୍କୁ ପଛକୁ ଧକ୍କା ମାରିଥିଲେ । ପରିସ୍ଥିତି ଉତ୍ତେଜକ ହେଇଥିବା ଦେଖି ଅମ୍ପାୟାରମାନେ ଆସି ସମ୍ଭାଳି ଥିଲେ। ଏହି ମ୍ୟାଚରେ ଆଜି ଶ୍ରୀଲଙ୍କାର ବୋଲର ଲାହିରୁ କୁମାର ଆକ୍ରମଣାତ୍ମକ ନଜର ଆସିଥିଲେ । ଏହି ଘଟଣାର ଠିକ ପୂର୍ବରୁ ଲାହିରୁ ବ୍ୟାଟ୍ସମ୍ୟାନ ଆଡକୁ ତୀବ୍ରବେଗରେ ବଲ ଫିଙ୍ଗିଥିଲେ ଯାହା ସିଧା ୱିକେଟ କିପର ହାତକୁ ଯାଇଥିଲା ।
