ଭାରତ-ପାକ୍ ମ୍ୟାଚରେ ଟିମ୍ ଇଣ୍ଡିଆର ପଲ୍ଲା ରହିବ ଭାରି : ସାହିଦ୍ ଆଫ୍ରିଦ
Pakistani cricketer Shahid Afridi speaks during a press conference to present his autobiography in Karachi on May 4, 2019. - When Pakistan's Shahid Afridi smashed a 37-ball century against Sri Lanka in 1996, he not only registered the fastest-ever one-day ton, he also became the youngest player to score 100 runs in an international. Or did he? In a new autobiography, the fiery all-rounder says he was aged 19 when he blasted onto the world stage with his record-breaking innings, and not 16 as history suggests. (Photo by RIZWAN TABASSUM / AFP)
ଦୁବାଇ: ଆଜି ସନ୍ଧ୍ୟାରେ କ୍ରିକେଟ୍ ପଡ଼ିଆରେ ମୁହାଁମୁହିଁ ହେବେ ଭାରତ-ପାକ୍ । ଏହାକୁ ନେଇ ଏବେ କ୍ରିକେଟ ଜଗତରେ ଜୋରଦାର ଚର୍ଚ୍ଚା ଚାଲିଛି । କିଏ ଏହି ମ୍ୟାଚ୍ ଜିତିବ? ମ୍ୟାଚରେ କାହାର ପଲ୍ଲା କେତେ ଭାରି ରହିବ ତାକୁ ନେଇ ଏବେଠୁ ଆରମ୍ଭ ହୋଇଛି ଆକଳନ । ଆଉ ଏହାରି ଭିତରେ ଟିମ୍ ଇଣ୍ଡିଆକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି ପୂର୍ବତନ ପାକିସ୍ତାନୀ ଖେଳାଳି ସାହିଦ୍ ଆଫ୍ରିଦି ।
ପାକିସ୍ତାନର ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ଆଫ୍ରିଦି କହିଛନ୍ତି ଯେ, ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ପଲ୍ଲା ଭାରି ରହିବ । ଗତ ୧୦-୧୫ ବର୍ଷ ହେଲା ଟିମ୍ ଇଣ୍ଡିଆ ଭଲ ଖେଳି ଆସୁଛି । ଖେଳାଳିମାନଙ୍କର ମାନସିକତା ଓ ଶରୀର ମଧ୍ୟ ଫିଟ୍ ରହିଛି । ତେଣୁ ଭାରତ-ପାକ୍ ମ୍ୟାଚରେ ଟିମ୍ ଇଣ୍ଡିଆ ଏକପ୍ରକାରର ମ୍ୟାଚ୍ ଜିତିବ ବୋଲି ସଙ୍କେତ ଦେଇଛନ୍ତି ଏହି ପାକ୍ ଖେଳାଳି । ଅନ୍ୟପଟେ ପାକିସ୍ତାନକୁ ଏହି ମ୍ୟାଚ୍ ଜିତିବାକୁ ହେଲେ ନିଜର ୧୦୦ ପ୍ରତିଶତ ଦେବାକୁ ପଡିବ । ବିନା ଚିନ୍ତାରେ ଖେଳିଲେ ହିଁ ଦଳ ଭାରତ ବିପକ୍ଷରେ ମ୍ୟାଚ୍ ଜିତିପାରିବ ବୋଲି ସେ କହିଛନ୍ତି । ତେବେ ଖେଳକୁ ଖୁସିର ସହକାରେ ଖେଳିଲେ ପାକିସ୍ତାନୀ ଖେଳାଳିମାନେ ମ୍ୟାଚ୍ ଜିତି ପାରିବେ ବୋଲି ଆଫ୍ରିଦି କହିଛନ୍ତି । ସୂଚନା ଯେ, ପୂର୍ବରୁ ବିଶ୍ୱକପରେ ଭାରତଠାରୁ ପାକିସ୍ତାନ ସମସ୍ତ ମ୍ୟାଚ ହାରିଛି । ପାକିସ୍ତାନ, ଏଯାଏଁ ଭାରତଠାରୁ ବିଶ୍ୱକପରେ ଗୋଟିଏ ବି ମ୍ୟାଚ୍ ଜିତିପାରିନି ପାକ୍ । ତେଣୁ ଆଜିର ମ୍ୟାଚରେ କିଏ ଜିତିବ ତାକୁ ନେଇ ଏବେ କ୍ରିକେଟ୍ ବିଶେଷଜ୍ଞମାନେ ଆକଳନ କରିବା ଆରମ୍ଭ କରିଛନ୍ତି ।
