କେସିସି ବ୍ୟାଙ୍କ ନିର୍ଦ୍ଦେଶକ ଗୋପୀ ପାଙ୍ଗୀଙ୍କ ଦ୍ୱାରା କୁଡୁମୁଲୁଗୁମ୍ମା ଧାନ ମଣ୍ଡିର ଶୁଭାରମ୍ଭ
ମାଲକାନଗିରି : କୁଡୁମୁଲୁଗୁମ୍ମା ଧାନ ମଣ୍ଡି ପଡ଼ିଆରେ ଚଳିତ ଖରିଫ ଋତୁ ପାଇଁ ଧ୍ୟାର୍ଯ୍ୟ ଧାନମଣ୍ଡିର ଶୁଭାରମ୍ଭ ଆଜି ହୋଇଯାଇଛି । କୁଡୁମୁଲୁଗୁମ୍ମା ଲ୍ୟାମ୍ପ ସଭାପତି ତଥା କେସିସି ବ୍ୟାଙ୍କ ନିର୍ଦ୍ଦେଶକ ଗୋପୀ ପାଙ୍ଗୀ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲା ବେଳେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସରପଞ୍ଚ ମଙ୍ଗଳା ମାଢୀ, ଖଇରପୁଟ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ବଳି ମାଝୀ, ଲ୍ୟାମ୍ପ ନିର୍ଦ୍ଦେଶକ ସାଧୂ ହନ୍ତାଳ, ହେମନ୍ତ କୁମାର ଦାସ ଓ ଭଗବାନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଚାଷ ଓ ଚାଷୀଙ୍କର ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ବ୍ଲକ୍ ଓ ପଞ୍ଚାୟତ ସ୍ତରରେ କମିଟି ଗଠନ ସମ୍ପର୍କିତ ଖବର ବିଷୟରେ ଲ୍ୟାମ୍ପ ପରିଚାଳକ ସୁଚନା ଦେଇ କହିଥିଲେ ଯେ ଚାଷୀ ମାନେ ବର୍ତ୍ତମାନ ସେମାନଙ୍କ ଅଭିଯୋଗ ଗୁଡିକୁ ଲେଖି ଏକ ସ୍ୱତନ୍ତ୍ର ଅଭିଯୋଗ ପେଟି ରେ ପକାଇ ପାରିବେ ଯାହା ଫଳରେ ଚାଷୀ ମାନଙ୍କର ଧାନ ବିକ୍ରି ଜନିତ ସମସ୍ୟାର ତ୍ୱରିତ ସମାଧାନ ହେଇପାରିବ । ଏହି ଉଦଘାଟନ କାର୍ଯ୍ୟକ୍ରମ ଟିକୁ ଲ୍ୟାମ୍ପ ପରିଚାଳକ ରମେଶ ଚନ୍ଦ୍ର ରାଉତ ପରିଚାଳନା କରିଥିଲାବେଳେ ଲ୍ୟାମ୍ପ କର୍ମଚାରୀ ଅନୀଲ କୁମାର ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ ।
