ବିଜାପୁରରେ ଏନ୍କାଉଣ୍ଟର ! ଜଣେ ନକ୍ସଲ ନିହତ, ବନ୍ଧୁକ ସହ ବିସ୍ଫୋରକ ସାମଗ୍ରୀ ଜବତ
ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାରେ ଏନ୍କାଉଣ୍ଟର । ପୋଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟରେ ଜଣେ ନକ୍ସଲ ନିହତ। ଘଟଣାସ୍ଥଳରୁ ବନ୍ଧୁକ ସହ ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି ।
ସୂଚନା ଯେ, ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲା ମିରତୁର ଥାନା ତେମେନାଡ ଜଙ୍ଗଲରେ କିଛି ନକ୍ସଲ ଲୁଚି ରହିଥିବା ଗୁଇନ୍ଦା ସୂଚନା ମିଳିଥିଲା । ଏହି ସୂଚନାକୁ ଆଧାର କରି ପୋଲିସ ଓ ସୁରକ୍ଷାକର୍ମୀ ମିଳିତ ଭାବେ ଜଙ୍ଗଲରେ ଚଢାଉ କରିଥିଲେ । ଏହି ସମୟରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଯେଉଁଥିରେ ଜଣେ ନକ୍ସଲ ନିହତ ହୋଇଥିବା ସୂଚନା ମଧ୍ୟ ମିଳିଛି । ଅନ୍ୟପଟେ ଏହି ଏନ୍କାଉଣ୍ଟରରେ ଅନେକ ମାଓବାଦୀ ଆହତ ହୋଇଥିବା ମଧ୍ୟ ସୂଚନା ଦେଇଛନ୍ତି ବିଜାପୁର ଏସ୍ପି ଅଞ୍ଜନେ ବାର୍ଣୋଇ । ଏବେବି ସେହି ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । ଆଉ କିଛି ନକ୍ସଲ ଲୁଚି ରହିଥିବା ଆଶଙ୍କା କରାଯାଉଛି ।
