କୁଡୁମୁଲୁଗୁମ୍ମା ବିଏସଏଫ ତରଫରୁ ବିଭିନ୍ନ ଅସ୍ତ୍ରଶସ୍ତ୍ର ପ୍ରଦର୍ଶିତ
ମାଲକାନଗିରି : କୁଡୁମୁଲୁଗୁମ୍ମା ସ୍ଥିତ ୧୫୧ ବିଏସଏଫ ବାଟାଲିୟନ ର କମ୍ପାନୀ କମାଣ୍ଡର ଅଜୟ କୁମାରଙ୍କ ନିର୍ଦ୍ଦେଶନାରେ କୁଡୁମୁଲୁଗୁମ୍ମା ସ୍ଥିତ ୧୫୧ ବିଏସଏଫ ବାଟାଲିୟନର ଆସିଷ୍ଟାଂଟ କମାଣ୍ଡାଂଟ ଅମିତ୍ କୁମାର ବିଶ୍ୱକର୍ମାଙ୍କ ପୌରହିତ୍ୟରେ ଯବାନ ମାନଙ୍କ ଦ୍ୱାରା ବ୍ୟବହୃତ କରାଯାଉଥିବା ବିଭିନ୍ନ ପ୍ରକାରର ଅସ୍ତ୍ରଶସ୍ତ୍ର ଆଜି ପ୍ରଦର୍ଶିତ କରାଯାଇଛି । ଏହି ଅବସରରେ କୁଡୁମୁଲୁଗୁମ୍ମା ନୋଡାଲ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦିଲ୍ଲିପ କୁମାର ଗଣ୍ଡଙ୍କ ନେତୃତ୍ୱରେ ଦଶମ ଶ୍ରେଣୀର ପାଖାପାଖି ୪୦ ଜଣ ଛାତ୍ରଛାତ୍ରୀ ଅସ୍ତ୍ରଶସ୍ତ୍ର ଗୁଡ଼ିକୁ ଅତି ନିକଟରୁ ଦେଖିବା, ସହ ଉକ୍ତ ଅସ୍ତ୍ରଶସ୍ତ୍ର ଗୁଡ଼ିକର କାର୍ଯ୍ୟଦକ୍ଷତାର ସବିଶେଷ ତଥ୍ୟ ବିଷୟରେ ଅବଗତ ହୋଇଥିଲେ । ପିଲାମାନେ ଜିଜ୍ଞାସା ଓ କୈତୁହଳ ବସତଃ ବିଏସଏଫ ର ଆଶିଷ୍ଅଧିକାରୀ ଶ୍ରୀ ଅମିତ କୁମାରଙ୍କୁ, ବିଏସଏଫ ର ଗଠନ, ଏହାର କର୍ତବ୍ୟ ଓ କାର୍ଯ୍ୟ ପ୍ରଣାଳୀ ବିଷୟରେ ବିଭିନ୍ନ ପ୍ରଶ୍ନ ମଧ୍ୟ ପଚାରିଥିଲେ ଯାହାର ସଠିକ ଉତର ମଧ୍ୟ ପାଇଥିଲେ । ଏହାପରେ ବିଏସଏଫ ର ଗଠନ ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଚାଲିଥିବା ବିଭିନ୍ନ ସମାଜ ମଙ୍ଗଳ କାର୍ଯ୍ୟକ୍ରମ ଗୁଡ଼ିକ ବିଷୟରେ ଏକ ଲଘୁ ଚଳଚ୍ଚିତ୍ର ପ୍ରଦର୍ଶିତ କରାଯାଇଥିଲା ଯାହାକୁ ସମସ୍ତେ ମିଶି ଦେଖିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ଭୂପତି ବାଚାର, ଶିକ୍ଷୟତ୍ରୀ ଶସ୍ମିତା ମହାପାତ୍ର, ଅଙ୍କିତା ବାୱ ।ଲ, ବିଏସଏଫ ହେଡ୍ କନଷ୍ଟେବଳ ସରୋଜ କୁମାର ରଥ, ସମାଜସେବୀ ଭଗବାନ ସାହୁ ଓ ଜ୍ୟୋତି ରଞ୍ଜନ ବେହେରା ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ପ୍ରଧାନ ଶିକ୍ଷକ ଶ୍ରୀ ଗଣ୍ଡ କହିଛନ୍ତି ଯେ ଏଭଳି ପ୍ରଦର୍ଶନୀ ଦ୍ୱାରା ପିଲାମାନଙ୍କ ମଧ୍ୟରେ ଶୃଙ୍ଖଳା ଜ୍ଞାନ ସହିତ ଅଦମ୍ୟ ସାହସ ସୃଷ୍ଟି ହୋଇପାରିବ ଯାହା ଫଳରେ ସମସ୍ତଙ୍କ ମନରେ ରାଷ୍ଟ୍ରୀୟତା ଭାବନା ଜାଗ୍ରତ ହୋଇପାରିବ ।
