କଥା ସାହିତ୍ୟଦୃଷ୍ଟିଓ ଦିଗ୍ ବଳୟ ପୁସ୍ତକର ଶୁଭ ଲୋକାର୍ପଣ
ଯାଜପୁର : ଡ଼ଃ ପ୍ରଭଞ୍ଜନ ପତିଙ୍କ ଲିଖିତ ବିଶିଷ୍ଠ ସାହିତ୍ୟିକ, ଅତିବଡ଼ି ସମ୍ମାନରେ ଭୂଷିତ ଅଚ୍ୟୁତାନନ୍ଦ ପତିଙ୍କ କଥା ସାହିତ୍ୟ ଦୃଷ୍ଟି ଓ ଦିଗ୍ ବଳୟ ପୁସ୍ତକ ରବିବାର ଦିନ ପୁର୍ବାହ୍ନରେ ବିରଜା ସରକାରୀ ଉଚ୍ଚ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଉନ୍ମୋଚିତ ହୋଇଯାଇଛି । ବରୁଣେଶ୍ୱର ମହାବିଦ୍ୟାଳୟର ଅଧ୍ୟକ୍ଷ ବଟକୃଷ୍ଣ ମହାପାତ୍ର ଏହି ପୁସ୍ତକକୁ ଉନ୍ମୋଚନ କରିଥିଲେ । ବିରଜା ଜ୍ୟୋତିର ସମ୍ପାଦକ ପଣ୍ଡିତ ଡ଼ଃ ଜ୍ଞାନରଞ୍ଜନ ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଲୋକାର୍ପଣ ଉତ୍ସବରେ ବରିଷ୍ଠ ପ୍ରାକ୍ତନ ପ୍ରଶାସକବନବିହାରୀ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଚ୍ୟୁତାନନ୍ଦ ପତି ଯାଜପୁର ମାଟିରେ ଜନ୍ମ ହୋଇ ଏହି ମାଟିକୁ ଧନ୍ୟ କରିଥିବା ସୂଚନା ଦେବା ସହିତ ତାଙ୍କର ଶିକ୍ଷକତା ଜୀବନୀ ଓ ଗଳ୍ପ ଶୈଳୀ ସାହିତ୍ୟ କୃତୀ ଉପରେ ଆଲୋକପାତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରାକ୍ତନ ଶିକ୍ଷକ ମୁଖ୍ୟବକ୍ତା ବରିଷ୍ଠ ପ୍ରାକ୍ତନ ପ୍ରଶାସକ ନୃସିଂହ ଚରଣ ମହାପାତ୍ର, ଦଶରଥପୁର ବିଇଓ, ବିରଜା ହାଇସ୍କୁଲର ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର ମଲିକ, ଶିକ୍ଷାବିତ୍ କହ୍ନେଇ ଚରଣ ମହାନ୍ତି, ଶିକ୍ଷାବିତ୍ ବୈକୁଣ୍ଠ ନାଥ ପତିପ୍ରମୁଖ ଯୋଗ ଦେଇ ଉଦ୍ବୋଧନ ଦେଇଥିଲେ । ସମୀକ୍ଷକ ଭାବେ ସେବା ନିବୃତ୍ତ ଅଧ୍ୟକ୍ଷ ଡ଼ଃ ରବିନ୍ଦ୍ର କୁମାର ବିହାରୀ, ଅଧ୍ୟାପିକା ରଶ୍ମିରାଣୀ ଦାସ ପ୍ରମୁଖ ଯୋଗ ଦେଇ ଡ଼ଃ ପତିଙ୍କ ପୁସ୍ତକକୁ ସମୀକ୍ଷା କରିଥିଲେ । ପ୍ରାରମ୍ଭରେ ଡ଼ଃ ପ୍ରଭଞ୍ଜନ ପତିତାଙ୍କର ଗବେଷଣା ଧର୍ମୀ ପୁସ୍ତକ ସମ୍ପର୍କରେ ସୂଚନା ଦେବା ସହିତ ଏହି ଶୁଭ ଲୋକାର୍ପଣ ଉତ୍ସବର ଆଭିମୁଖ୍ୟ ଉପରେ ସୂଚନା ଦେଇଥିଲେ । କ୍ଷୀରୋଦ ଚନ୍ଦ୍ର ପାଠି ଅତିଥି ପରିଚୟ ପ୍ରଦାନ କରିଥିଲେ । ପଣ୍ଡିତ କୃଷ୍ଣଚନ୍ଦ୍ର ମିଶ୍ର ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଉତ୍ସବରେ ବହୁ ସଂଖ୍ୟକ ଶିକ୍ଷାବିତ୍ ବହୁ ଅନଷ୍ଠାନର କର୍ମକର୍ତ୍ତା, ଛାତ୍ର ଛାତ୍ରୀ ପ୍ରମୁଖ ଯୋଗ ଦେଇଥିଲେ ।
