ହୃଦ୍ଘାତରେ ଧର୍ମପ୍ରାଣାଙ୍କ ପରଲୋକ
ଯାଜପୁର : ଦଶରଥପୁର ବ୍ଲକ ତଳିହା ପଞ୍ଚାୟତ ଗାରଡ଼େଶ୍ୱର ଗ୍ରାମର ବରିଷ୍ଠ ସମାଜସେବୀ ବିଜୟ କୁମାର ମିଶ୍ରଙ୍କ ସହଧର୍ମିଣୀ ତଥା ଧର୍ମପ୍ରାଣା ମହିଳା ରାଧାମଣୀ ମିଶ୍ରଙ୍କ ୭୨ବର୍ଷ ବୟସରେ ହୃଦ୍ଘାତ ଯୋଗୁ ପରଲୋକ ହୋଇଛି । ସେ ଦୀର୍ଘଦିନ ହେବ ଉଚ୍ଚ ରକ୍ତଚାପ ରୋଗରେ ପିଡ଼ିତ ରହି ଚିକିତ୍ସାଧିନ ଥିବା ବେଳେ ଗତ ଶୁକ୍ରବାର ବିଳମ୍ବିତ ରାତ୍ରିରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରିବାର ଲୋକେ ତାଙ୍କୁ ତୁରନ୍ତ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ସତ୍ତ୍ୱେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ଚାରି ପୁଅ, ବୋହୂ, ନାତି ଓ ନାତୁଣୀ ଉପସ୍ଥିତ ଥିଲେ । ସେ ଜଣେ ଧର୍ମପ୍ରାଣା, ମିଷ୍ଠଭାଷୀ, ପରୋପକାରୀ ତଥା ଆଧ୍ୟାତ୍ମିକତା ବାଦୀ ମହିଳାଭାବେ ସ୍ଥାନୀୟ ଅଞ୍ଚଳରେ ପରିଚିତ ଥିଲେ । ଜଣେ ସୁସଂଗଠିକା ରୂପେ ଗ୍ରାମରେ ଅନେକ ସାମାଜିକ ଓ ଧର୍ମିକ ଅନୁଷ୍ଠାନରେ ଜଡ଼ିତ ଥିଲେ । ତାଙ୍କ ମୃତ୍ୟୁ ଖବର ଜଣାପଡ଼ିବା ପରେ ତଳିହା ସରପଞ୍ଚ ରଂଜିତା ଜେନା, ଗ୍ରାମବାସୀ, ବୁଦ୍ଧିଜୀବୀଙ୍କ ସମେତ ବହୁ ମାନ୍ୟଗନ୍ୟ ବ୍ୟକ୍ତ ତାଙ୍କ ବାସଭବନରେ ପହଞ୍ôଚ ଅନ୍ତମ ଦର୍ଶନ କରିଥିଲେ । ମରଶରୀରକୁ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା ପରେ ବୈତରଣୀ ନଦୀ ଦଶାଶ୍ୱମେଧ ଘାଟ ସନ୍ନିକଟ ଶ୍ମଶାନରେ ତାଙ୍କର ଶେଷ କୃତ୍ୟ ସମ୍ପର୍ଣ୍ଣ ହୋଇଥିଲା । ସାନ ପୁଅ ସୂର୍ଯ୍ୟକାନ୍ତ ମିଶ୍ର ମୁଖାଗ୍ନି ଦେଇଥିଲେ ।
