ଭିକ୍ଷାବୃତ୍ତି କରୁଥିଲେ ବୃଦ୍ଧା, ମୃତ୍ୟୁ ପରେ ଘରୁ ମିଳିଲା ଲକ୍ଷାଧିକ ଟଙ୍କା
ମାଲଦା : ଏକ ଭିକାରୀକୁ ଦେଖି ଆମେ ପ୍ରାୟତଃ ଦୟାଭାବରୁ କିଛି ଦାନ କରିଥାଉ । କିନ୍ତୁ ଏଠାରେ ଜଣେ ଭିକାରୁଣୀ ଯିଏକି ତାଙ୍କ ମୃତ୍ୟୁ ପରେ ଲକ୍ଷ ଲକ୍ଷ ଟଙ୍କା ଛାଡ଼ି ଯାଇଛନ୍ତି । ଏହି ଘଟଣା ପଶ୍ଚିମବଙ୍ଗର ଉତ୍ତର ଦିନାଜପୁରର ଇସଲାମପୁରର ଲୋକନାଥ କଲୋନୀରୁ ଆସିଛି । ଇସଲାମପୁର ପୌରପାଳିକାର ୱାର୍ଡ ନମ୍ବର ୧୩ ରେ ରହୁଥିବା ଭିକାରୀ ମହିଳା କନିକା ମହନ୍ତଙ୍କ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁ ପରେ ଯେତେବେଳେ ତାଙ୍କ ପରିବାର ଏବଂ ସମ୍ପର୍କୀୟମାନେ ତାଙ୍କ ଘରେ ପହଞ୍ଚିଲେ । ଏବଂ ଘରେ ରଖାଯାଇଥିବା ତିନୋଟି ଟ୍ରଙ୍କ ଖୋଲିଥିଲେ, ସେତେବେଳେ ସେହି ଟ୍ରଙ୍କରେ ଟଙ୍କା ଭରି ରହିଥିଲା । ଯେତେବେଳେ ଗଣନା ଆରମ୍ଭ ହେଲା, ସେତେବେଳେ ଜଣାପଡ଼ିଲା ଏହି ବୃଦ୍ଧାଜଣଙ୍କ ଭିକାରୁଣୀ ନଥିଲେ । ବରଂ ଲକ୍ଷ ଲକ୍ଷ ଟଙ୍କାର ମାଲିକାଣୀ ଥିଲେ ।
କୁହାଯାଉଛି ଯେ ମୃତ କନିକା ମହନ୍ତଙ୍କ ସହ ଜଣେ ଭଉଣୀ ଏବଂ ବୃଦ୍ଧ ମା’ ମଧ୍ୟ ରହୁଥିଲେ । କନିକାଙ୍କ ବଡ ଭାଇ ଇସଲାମପୁରର ଅନ୍ୟ କେଉଁଠାରେ ରୁହନ୍ତି । ଏତେ ଟଙ୍କା ଖବର ପ୍ରସାରିତ ହେବା ମାତ୍ରେ ଆଖପାଖର ଲୋକମାନେ ମଧ୍ୟ କାନିକାଙ୍କ ଘରେ ଆସି ରୁଣ୍ଡ ହୋଇଥିଲେ । ଟଙ୍କା ଗଣିବା ପରେ ନିଷ୍ପତ୍ତି ନିଆଗଲା ଯେ ସମସ୍ତ ଟଙ୍କା ତାଙ୍କ ମା’ଙ୍କ ନାମରେ ବ୍ୟାଙ୍କରେ ରଖାଯିବ ।
ଆପଣଙ୍କୁ ଜଣାଇଦେଉଛୁ ଯେ, ଟଙ୍କା ଗଣନା ୭ ଘଣ୍ଟା ଧରି ଚାଲିଥିଲା । ଏବଂ ଏକ ଲକ୍ଷ ୨୬ ହଜାର ଟଙ୍କା ଯାଏଁ ଗଣନା କରାଯାଇଛି । ପଶ୍ଚିମବଙ୍ଗର ମ୍ୟୁନିସିପାଲିଟି ନିର୍ବାଚନର ଫଳାଫଳ ହେତୁ ଏହି ଗଣନା ବର୍ତ୍ତମାନ ପର୍ୟ୍ୟନ୍ତ ବନ୍ଦ କରାଯାଇଛି । ଏହା କୁହାଯାଉଛି ଯେ ବର୍ତ୍ତମାନ ଆଉ ୫ ଟି ବ୍ୟାଗ ଟଙ୍କା ଭରି ରହିଛି, ଯାହା ଏପର୍ଯ୍ୟନ୍ତ ଗଣାଯାଇ ନାହିଁ । ଏଗୁଡ଼ିକରେ ପାଖାପାଖି ୫୦୦ ଟି ନୋଟ୍ ଅଛି । ପରେ ପୋଲିସ୍ ଏହି ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲା ଏବଂ କନିକା ରହୁଥିବା ସ୍ଥାନକୁ ଯାଇ ଯାଞ୍ଚ କରିଥିଲା । ତାଙ୍କ ପାଖରେ ଅଧିକାଂଶ ୫ ଟଙ୍କିଆ କଏନ୍, ୧୦ ଟଙ୍କିଆ କଏନ୍ ଏବଂ ୨୦ ଟଙ୍କିଆ ନୋଟ୍ ରହିଛି । ଯାହାକୁ ଗଣିଲା ପରେ ଏହା ୧ ଲକ୍ଷ ୭ ହଜାର ହୋଇଥିବା ବେଳେ ସ୍ଥାନୀୟ ନିର୍ବାଚନକୁ ଦୃଷ୍ଟିରେ ରଖି ଟଙ୍କା ଗଣାକୁ ସ୍ଥଗିତ ରଖାଯାଇଛି । ଦୁଇଦିନ ପରେ ପୁଣିଥରେ ଗଣାଯିବା ନେଇ ଜଣାପଡ଼ିଛି । ତେବେ ଏହି ଟଙ୍କାକୁ କନିକାଙ୍କ ଭାଇ ବବୁଲ୍ ତାଙ୍କର ଅନ୍ତେ୍ୟାଷ୍ଟିରେ ଖର୍ଚ୍ଚ କରିବେ । ଏବଂ ବଳକା ଟଙ୍କାକୁ ତାଙ୍କ ମା’ଙ୍କ ନାମରେ ବ୍ୟାଙ୍କରେ ରଖିବେ ବୋଲି କହିଛନ୍ତି ।
