ଟଙ୍କା ବାଣ୍ଟୁଥିବା ବେଳେ ଧରା ପଡିଲେ ସ୍ୱାଧିନ ପ୍ରାର୍ଥୀଙ୍କ ସ୍ୱାମୀ
ଭଦ୍ରକ : ପୌରନିର୍ବାଚନ ମତଦାନ ପୂର୍ବରୁ ଭଦ୍ରକ ପୌରପାଳିକାର ୮ ନଂ ୱାର୍ଡ଼ରେ ଜଣେ ସ୍ୱାଧିନ ପ୍ରାର୍ଥୀଙ୍କ ସ୍ୱାମୀ ଭୋଟରଙ୍କୁ ଟଙ୍କା ବାଣ୍ଟୁଥିଲେ । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଟାଉନ ପୋଲିସ ପହଞ୍ଚିଥିଲେ । ଟାଉନ ଥାନା ପୋଲିସ ପହଞ୍ଚି ମାଜିଷ୍ଟେଟଙ୍କ ଉପସ୍ଥିତିରେ ଯାଞ୍ଚ କରିଥିଲେ । ତାଙ୍କ ଠାରୁ ୨୫ ହଜାର ୬୧୦ ଟଙ୍କା ଜବତ କରିଛି ।

ଏହି ଟଙ୍କା ଭୋଟ ପାଇଁ ବଣ୍ଟାଯାଉଥିବା ସୂଚନା ମିଳିଛି । ଏହି ଘଟଣାର ତଦନ୍ତ ପୋଲିସ ଆରମ୍ଭ କରିଥିବା ବେଳେ ତାଙ୍କୁ ଥାନାରେ ଅଟକ ରଖିଛି।
