ଖରାପ ପାଗ ଯୋଗୁଁ ଗୃହମନ୍ତ୍ରୀ ଅମିତଶାହାଙ୍କ ରାଜୌରି ଗସ୍ତ ବାତିଲ
ଜାମ୍ମୁ : ଗୃହମନ୍ତ୍ରୀ ଅମିତ ଶାହାଙ୍କ ରାଜୌରି ଗସ୍ତ ଖରାପ ପାଗ ପାଇଁ ବାତିଲ କରା ଯାଇଛି । ଏହା ପରେ ଅମିତଶାହା ଜାମ୍ମୁର ରାଜୋରିସ୍ଥିତ ଡଂଗୋରୀରେ ଆତଙ୍କବାଦୀ ଆକ୍ରମଣରେ ପୀଡିତ ପରିବାର ଫୋନ ମାଧ୍ୟମରେ କଥା ହୋଇଛନ୍ତି । ମନ୍ତ୍ରୀ ପୀଡିତ ପରିବାରକୁ ପ୍ରତିଶ୍ରୁତି ଦେଇ କହିଛନ୍ତି ସେମାନଙ୍କୁ ଉଚିତ ନ୍ୟୟ ମିଳିବ ଓ ଏହି ଆକ୍ରମଣରେ ସାମିଲ ଥିବା ଆତଙ୍କବାଦୀ ମାନଙ୍କୁ ମାରି ଫୋପାଡି ଦିଆଯିବ । ସେ ପିଡିତ ପରିବାରକୁ ସବୁପ୍ରକାର ସହେଯାଗ କରାଯିବ ବୋଲି ଆସ୍ୱାସନା ଦେଇଛନ୍ତି ।
