ଦିଲ୍ଲୀର କଂଝାବଲା ହିଟ ଏଣ୍ଡ ରନ ମାମଲା ଗୃହ ମନ୍ତ୍ରାଳୟର କଡା ଆଭିମୁଖ୍ୟ , ୧୧ ପୋଲିସ୍କର୍ମୀ ନିଲମ୍ବିତ
ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର କଂଝାବଲା ହିଟ ଏଣ୍ଡ ରନ୍ କେସ୍କୁ ନେଇ ଗୃହ ମନ୍ତ୍ରାଳୟ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପରିଣାମ ସ୍ୱରୂପ ଦିଲ୍ଲୀ ପୋଲିସ୍ ଶୁକ୍ରବାର ଦିନ ବଡ଼ କାର୍ଯ୍ୟାନୁଷ୍ଠାନ କରି ୧୧ ପୋଲିସ୍ କର୍ମୀଙ୍କୁ ତତ୍କାଳ ପ୍ରଭାବରେ ନିଲମ୍ବିତ କରିଛି । ନିଲମ୍ବିତ ପୋଲିସ୍କର୍ମୀଙ୍କ ମଧ୍ୟରେ ଦୁଇ ସବ୍ଇନ୍ସପେକ୍ଟର, ଚାରି ଆସିଷ୍ଟାଂଟ ସବ୍ ଇନ୍ସପେକ୍ଟର, ଚାରି ହେଡ଼୍ କନେଷ୍ଟବଳ ଏବଂ ଜଣେ କନେଷ୍ଟବଳ ସାମିଲ ଥିଲେ । ନିଲମ୍ବିତ ପୋଲିସ୍ କର୍ମୀଙ୍କ ମଧ୍ୟରେ ଛଅ ପିସିଆର୍ ଡ୍ୟୁଟିରେ ଥିଲାବେଳେ ପାଂଚ ଅନ୍ୟ ପୋଲିସ୍କର୍ମୀ ପିକେଟ୍ରେ ଛାଉଣି ଥିଲେ । ଏହି ସମସ୍ତଙ୍କ ଉପରେ ଦାୟିତ୍ୱହୀନତାର ଅଭିଯୋଗ ଲଗାଯାଇଛି । କୁହାଯାଉଛି ଯେ ଦିଲ୍ଲୀ ପୋଲିସ୍ ଘଟଣା କହିଥିବା ଡିସିପିଙ୍କୁ ମଧ୍ୟ ନୋଟିସ୍ ଜାରି କରିଛନ୍ତି ।
